PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଏହି ଅଭିନେତାଙ୍କ ପ୍ରେମରେ ଝିଅମାନେ ରକ୍ତରେ ଲେଖୁଥିଲେ ଚିଠି ଓ କାରର ଧୂଳିକୁ ସିନ୍ଦୁର କରି ଲଗାଉଥିଲେ ମୁଣ୍ଡରେ

ଏଭଳି ଜଣେ ଅଭିନେତା,ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀର ପ୍ରଥମ ସୁପରଷ୍ଟାର ବୋଲି କୁହାଯାଏ। ତାଙ୍କର ଷ୍ଟାରଡମ ଏଭଳି ଥିଲା ଯେ, ଯାହାକୁ କୌଣସି ଅଭିନେତା-ଅଭିନେତ୍ରୀ ଦେଖିନଥିବେ। ତାଙ୍କୁ ଝିଅମାନେ  ରକ୍ତିରେ ଚିଠି ଲେଖି ନିଜ ପ୍ରେମ ନିବେଦନ କରୁଥିଲେ।ତାଙ୍କର ଫିଲ୍ମ ଦେଖିବାକୁ ଲକ୍ଷ ଲକ୍ଷ ପ୍ରଂଶସକଙ୍କ ଲାଗୁଥିଲା ଲମ୍ବା ଲାଇନ୍… ଏବେ ତ ଆପଣ ଜାଣି ପାରୁଥିବେ ଆମେ କାହା ବିଷୟରେ କହିବାକୁ ଯାଉଛୁ? ହଁ ଆମେ ବଲିଉଡର ଷ୍ଟାର ରାଜେଶ ଖାନ୍ନାଙ୍କ ବିଷୟରେ କହୁଛୁ।

ଆଜି ଇଣ୍ଡ୍ରଷ୍ଟ୍ରୀର ମେଗାଷ୍ଟାରଙ୍କ ଶ୍ରାଦ୍ଧବାର୍ଷିକି। ରାଜେଶ ଖାନ୍ନା ଏବେ ଯଦିଓ ଏ ଦୁନିଆରେ ନାହାନ୍ତି, ସମସ୍ତଙ୍କୁ ୧୮ ଜୁଲାଇ ୨୦୧୨ରେ ଅଲବିଦା କରି ଚାଲିଯାଇଛନ୍ତି। କିନ୍ତୁ ତାଙ୍କର ଷ୍ଟାରଡମ୍ ଆଜି ପର୍ଯ୍ୟନ୍ତ ରହିଛି। ତାହା କେବେ ନା କେହି ଭୁଲିପାରିବ।  ତାଙ୍କର ଅନେକ ଫିଲ୍ମ ରହିଯାଇଛି ଚିର ସ୍ମରଣୀୟ।

୧୯୬୯ରୁ ୧୯୭୫ ମଧ୍ୟରେ ରାଜେଶ ଖାନାଙ୍କର ବହୁ ସୁପରହିଟ୍ ଫିଲ୍ମ ଆସିଥିଲା। ସେ ସମୟରେ ଜନ୍ମନେଉଥିବା ଅଧିକାଂଶ ପୁଅମାନଙ୍କ ନାମ ରାଜେଶ ରଖାଯାଉଥିଲା। ଫିଲ୍ମ ଜଗତକୂ ଆସିବା ପୂର୍ବରୁ ରାଜେଶଙ୍କ ନାମ ଜତିନ ଖାନ୍ନା ଥିଲା। ରାଜେଶ ଖାନ୍ନା ଫିଲ୍ମ ଇଣ୍ଡଷ୍ଟ୍ରୀରେ କାକା ନାମରେ ମଧ୍ୟ ଖୁବ୍ ପରିଚିତ ଥିଲେ। ସେ ସମୟରେ ଲୋକେ କହୁଥିଲେ ‘ଉପର ଆକା ଓୗର ନିଚେ କାକା…।’

ରାଜେଶ ଖାନ୍ନାଙ୍କ ଏକ ଧଳାରଙ୍ଗର କାର ଯେଉଁଠି ରହୁଥିଲା, ଝିଅମାନେ ସେହି କାରକୁ ଚୁମ୍ବନ ଦେଇ ଦେବାକୁ ଭୁଲୁନଥଲେ। ଧଳା ରଙ୍ଗର କାର ଲିପଷ୍ଟିକ ଚିହ୍ନରେ ଗୋଲପୀ ହୋଇଯାଉଥିଲା। ସେ ସମୟର ମାଗାଜିନରେ ଛପା ଯାଉଥିବା ଖବର ଅନୁସାରେ ରାଜେଶ ଖାନ୍ନାଙ୍କ କାରର ଧୂଳିକୁ ଝିଅମାନେ ନିଜ ମଥାରେ ସିନ୍ଦୁର ଭଳି ଲଗାଉଥିଲେ। ତାଙ୍କ ପାଖକୁ ରକ୍ତରେ ଲେଖା ବହୁ ଚିଠି ଏବଂ ଝିଅମାନେ ବିବାହ କରିବାକୁ ନିଜ ନିଜର ଫଟୋ ପଠାଉଥିଲେ। ଷ୍ଟ୍ରଗଲ ସମୟରେ ମଧ୍ୟ ରାଜେଶ ଖାନ୍ନା ଏତେ ଦାମୀ କାରରେ ନିର୍ମାତାଙ୍କ ପାଖକୁ ଯାଉଥିଲେ ସେ ସମୟରେ କୌଣସି ହିରୋଙ୍କ ପାଖରେ ଏଭଳି ଦାମୀ କାର ନଥିଲା।

ସମ୍ବନ୍ଧିତ ଖବର