PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମିଳିଲାନି ଚାରି କାନ୍ଧ: ଠେଲା ରିକ୍ସାରେ ଗଲା ବାଳକର ଶବ

ମୁନିଗୁଡ଼ା,୨/୨: ଶବ ବୋହିବା ଲାଗି ମିଳିଲାନି ଚାରି କାନ୍ଧ । ଗରିବ ପରିବାର ବୋଲି ପାଖକୁ କେହି ଆସିଲେନି । ଶେଷରେ ଜଣେ ବାଳକ ମୃତ ଦେହ ଠେଲା ରିକ୍ସାରେ ବୁହା ହୋଇ ଶ୍ମଶାନକୁ ଗଲା । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହାକୁମାରେ । ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମାଆ । ଶକୁନ୍ତଳା ମହାରଣା । ମୃତ ବାଳକ ନାଁ ପିଂଟୁ(୧୨) । ମୁନିଗୁଡ଼ା ସହରରେ ଶକୁନ୍ତଳା ୧୨ ବର୍ଷର ପୁଅ ପିଂଟୁ ଓ ୬ ବର୍ଷର ଝିଅକୁ ନେଇ ରୁହନ୍ତି । ୬ବର୍ଷ ତଳେ ସ୍ୱାମୀ କୁମ୍ଭ ମହାରଣାଙ୍କର ମୃତ୍ୟୁ ଘଟଣା ଘଟିବା ପରେ ସେ ଅସହାୟ ହୋଇପଡ଼ିଛନ୍ତି । ଅଭାବ ଅନଟନରେ ଦୁଇ ପିଲାଙ୍କ ପେଟକୁ ଦାନା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା ଶକୁନ୍ତଳାଙ୍କ ପାଇଁ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କିଛି ବର୍ଷ ତଳେ କୁମ୍ଭ ଓ ତାଙ୍କ ପରିବାର ଏଠାକୁ ଆସିଥିଲେ । ମୁନିଗୁଡ଼ା ସହରର ବିିଭିନ୍ନ ମନ୍ଦିର ବାରଣ୍ଡାରେ ସେମାନେ ଆଶ୍ରୟ ନିଅନ୍ତି । ମନ୍ଦିର ପରିସର ସଫା କରନ୍ତି । ଯିଏ ଯାହା ଦେଲା ସେତିକିରେ ଚଳନ୍ତି । ଏବେ କିଛି ବର୍ଷ ହେଲା ଶକୁନ୍ତଳା ସ୍ଥାନୀୟ ଜଗନ୍ନାଥ ମନ୍ଦିର ବାରଣ୍ଡାରେ ରହୁଥିଲେ । ମନ୍ଦିର ଓ ଏହାର ଆଖପାଖ ସଫାସୁତୁରା କରି ଗୁଜୁରାଣ ମେଂଟାଉଥିଲେ । କିଛି ବର୍ଷ ହେଲା ପୁଅ ପିଂଟୁ ବାତ ରୋଗରେ ଆକ୍ରାନ୍ତ ହୋଇ ହୋଇ ଚିକିତ୍ସିତ ହେଉଥିଲେ । ପିଂଟୁର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ତାଙ୍କ ମା ବାରମ୍ବାର ଗୁହାରି କରିଥିଲେ । କିନ୍ତ ପ୍ରଶାସନ ପକ୍ଷରୁ କୋ÷ଣସି ସହାୟତା ଯୋଗାଇ ଦିଆଯାଇନଥିଲା । ଆଜି ସକାଳେ ହଠ।।ତ୍ ପିଂଟୁର ମୃତ୍ୟୁ ହୋଇଥିଲା । ପରିବାରରେ କେହି ପୁରୁଷ ଲୋକ ନ ଥିବାରୁ ଶବ ବୋହିଲା ଲାଗି ମିଳିଲାନି ଚାରି କାନ୍ଧ । ଅସହାୟ ଶକୁନ୍ତଳା ଶେଷର ନିରୂପାୟ ହୋଇ ପୁଅର ଶବକୁ ଶ୍ମଶାନ ନେବା ଲାଗି ଏକ ଠେଲା ରିକ୍ସାକୁ ଡ଼କାଇଥିଲା । ଠେଲା ରିକ୍ସାରେ ପିଂଟୁର ଶବକୁ ବୋହି ଶ୍ମଶାନକୁ ନେଉଥିଲେ । ସ୍ଥାନୀୟ କିଛି ଲୋକ ଦେଖଇ ତାଙ୍କୁ ଅସହାୟ କରି ଠେଲାଗାଡ଼ି ବୋହି ନେଇଥିଲେ । ସେଠାରେ ଗାତ ଖୋଳି ପୋତି ଦିଆଯାଇଥିଲା । ଏକମାତ୍ର ପୁଅକୁ ହରାଇ ଶକୁନ୍ତଳା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପାଗଳିଙ୍କ ପରି ମାଟି ଅଣ୍ଡାଳି ପକାଉଥିଲେ । ପୁଅକୁ ହରାଇବା ଦୁଃଖଠାରୁ ଶବକୁ କାନ୍ଧ ନ ମିଳିବା ଘଟଣା ତାଙ୍କୁ ବେଶି ବାଧିଛି । ଠେଲା ରିକ୍ସାରେ ଶବ ବୁହାଯିବା ଘଟଣାକୁ ନେଇ ଅଂଚଳବାସୀ ପ୍ରଶାସନିକ କାର୍ଯ୍ୟକୁ ନିନ୍ଦା କରିଛନ୍ତି ।
ବିଡ଼ିଓ ଦିଲ୍ଲୀପ କୁମାର ବେହେରା କହିଛନ୍ତି, ଏ ସମ୍ପର୍କରେ ତାଙ୍କ ପାଖରେ କୋ÷ଣସି ଖବର ନାହିଁ । ଏଭଳି ଦୁଃଖଦ ଘଟଣାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହ ପଂଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।