PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଦଣ୍ଡ ସଂହିତାରେ ବିରଳ: ଏକା ସଙ୍ଗେ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ, ଜେଲ ଭିତରେ ସାଥୀ କଏଦୀଙ୍କୁ ପିଟିପିଟି କରିଥିଲେ ହତ୍ୟା

ରାଞ୍ଚି ୧୮/ ୦୮: ଝାଡଖଣ୍ଡର ଜାମସେଦପୁରରେ ଏକ ହତ୍ୟାକାଣ୍ଡ ଘଟଣାର ରାୟ ଶୁଣାଇଛନ୍ତି କୋର୍ଟ । ଜେଲ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ କଏଦୀଙ୍କୁ ପିଟିପିଟି ହତ୍ୟା ଘଟଣାରେ ରାୟ ଆସିଛି । ହତ୍ୟାକାଣ୍ଡରେ ସଂପୃକ୍ତ ୧୫ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ଜାମସେଦପୁରର ଘାଘିଡିହ ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀ ମନୋଜ ସିଂହଙ୍କୁ ପିଟିପଟି ହତ୍ୟା କରିଥିଲେ ଅନ୍ୟ କଏଦୀ ।

ସୂଚନାଯୋଗ୍ୟ, ୨୦୧୯ ଜୁନ ୨୫ ତାରିଖରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା । ମୃତକ କଏଦୀ ମନୋଜ ସିଂହ ଗ୍ୟାଙ୍ଗଷ୍ଟର ଅଖିଳେଶ ସିଂହ ଗିରୋହ ଗ୍ୟାଙ୍ଗର ସଦସ୍ୟ ଥିଲା । ତେବେ ଜେଲ ଭିତରେ ତାକୁ ହତ୍ୟା କରିବା ପାଇଁ ପୁରା ଯୋଜନା ପ୍ରସ୍ତୁତ କରିଥିଲେ ଅନ୍ୟ କଏଦୀ । ଜେଲ ଭିତରେ ହିଁ ମନୋଜକୁ ପିଟିପଟି ହତ୍ୟା କରାଯାଇଥିଲା । ଏହି ମାମଲାର ଶୁଣାଣି କରି ଏଡିଜେ-୪ ସମସ୍ତ ୧୫ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ନ୍ୟାୟ ବ୍ୟବସ୍ଥାରେ ଜାମସେଦପୁରରେ ପ୍ରଥମ ଥର ପାଇଁ ଏକାସଙ୍ଗେ ୧୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

କଣ ଥିଲା ମାମଲା?

ଘାଘିଡିହ ଜେଲରେ ଗତ ୨୦୧୯ ଜୁନ ୨୫ ତାରିଖରେ ଟେଲିଫୋନରେ କଥା ହେବାକୁ ନେଇ ଗ୍ୟାଙ୍ଗଷ୍ଟର କଏଦୀ ଅଖିଳେଶ ସିଂହ ଗିରୋହ ଗ୍ୟାଙ୍ଗର ସଦସ୍ୟ ହରୀଶ ସିଂହ ଓ ପଙ୍କଜ ଦୁବେ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲେ । ହରିଶ ସିଂହ ସହ ଥିବା ତାର କିଛି ସହଯୋଗୀ ପଙ୍କଜକୁ ମାରପିଟ୍‌ କରିଥିଲେ । ପରେ ପଙ୍କଜର ସହଯୋଗୀ ହରିଶ ଗ୍ୟାଙ୍ଗ ଉପରେ ଆକ୍ରମଣ କରିଥିଲେ । ହରିଶର ସହଯୋଗୀ ମନୋଜ ସିଂହକୁ ଜେଲ ଭିତରେ ହିଁ ପିଟିପିଟି ହତ୍ୟା କରାଯାଇଥିଲା । ତାକୁ ତୁରନ୍ତ ଏମଜିଏମ ହସ୍ପିଟାଲକୁ ଅଣାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସେହି ମାମଲାରେ ମୋଟ ୧୫ ଜଣ କଏଦୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ୩ ବର୍ଷ ପରେ ମାମଲାର ରାୟ ଶୁଣାଇଛନ୍ତି କୋର୍ଟ ।

ସମ୍ବନ୍ଧିତ ଖବର