PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମାଲକାନଗିରି ଜିଲ୍ଲାରୁ ୪ ଜଣ ପାଇଲେ ଓଏଏସ, ରାଙ୍କ ୫ରେ ଦେବବ୍ରତ

ମାଲକାନଗିରି ୭।୧୦(ଆପ୍ର): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ୪ ଜଣ ଓଏଏସ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଦେବବ୍ରତ ମହାରଣା ନାମକ ଓଡ଼ିଆ ଯୁବକ ଓଡିଶା ସିଭିଲ ସର୍ଭିସରେ ୫ ନମ୍ବର ସ୍ଥାନରେ ରହି ଜିଲ୍ଲାର ଗୌରବ ଆଣିଛନ୍ତି। ଶ୍ରୀ ମହାରଣା ଜିଲ୍ଲାର ସଦର ମହକୁମାର ସରକାରୀ ସ୍କୁଲରେ ପାଠ ପଢିବା ସହ ସ୍ଥାନୀୟ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଗତଥର ମଧ୍ୟ ଓଡିଶା ସିଭିଲ ସର୍ଭିସରେ ୩୮ ନମ୍ବର ସ୍ଥାନରେ ରହିଥିଲେ। ତେବେ ଓଏଏସ ପାଇପାରିନଥିଲେ। ତେଣୁ ଚଳିତ ଥର ପୁଣି ସେ ପରୀକ୍ଷା ଦେଇ ୫ ନମ୍ବର ସ୍ଥାନ ରଖିଛନ୍ତି। ନିଷ୍ଠାପର ଭାବେ ସେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତେବେ ସେ ଓଆରଏସ ପାଇ କଳାହାଣ୍ଡିରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ମାଲକାନଗିରିରୁ କଲେଜ ପାଠ ସାରି ସେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇ ବିଟେକ କରିଥିଲେ। ପରେ ଏକ ଏୟାରପୋର୍ଟରେ ଚାକିରି କରୁଥିଲେ। କିନ୍ତୁ ଓଏଏସ୍ ପାଇବା ପାଇଁ ତାଙ୍କର ବହୁତ ଇଛା ଥିଲା ।

ତେବେ ସେଥିପାଇଁ ସେ କୌଣସି ତାଲିମ କିମ୍ବା ବାହାର ରାଜ୍ୟକୁ ଯାଇ କୌଣସି ଶିକ୍ଷା ଗ୍ରହଣ କରିନଥିଲେ। ନିଜେ ଘରେ ବସି ଦିନରାତି ଏକ କରି ପାଠ ପଢିଥିଲେ। ଯାହା ଫଳରେ ସେ ଏହି କୃତିତ୍ୱ ହାସଲ କରିବାରେ ସଫଳ ହୋଇଥିଲେ। ସେହିପରି ମାଲକାନଗିରିର ପ୍ରଜ୍ଞାମିତା ସାମନ୍ତରାୟ ମଧ୍ୟ ୯୧ ନମ୍ବର ସ୍ଥାନରେ ରହିଥିବା ଜଣାପଡିଛି। ଠିକ ସେହିପରି ଦୁଇ ଜଣ ବଙ୍ଗୀୟ ଯୁବକ ଓଏଏସ ପାଇଛନ୍ତି ସେମାନେ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି୭ ଗ୍ରାମର ଦେବାଶିଷ ବିଶ୍ବାସ ଓ ପଡିଆ ବ୍ଳକ ଅନ୍ତର୍ଗତ ଏମ.ପି.ଭି ୬୬ ଗ୍ରାମର ସୁମନ ସରକାର । ୪ଜଣ ଓଏଏସ ପାଇବା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲାର ୪ଜଣ ଏକାସଙ୍ଗେ ଓଏଏସ ପାଇଥିବାରୁ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି। ସୁମନ ସରକାର ୨୪୯ରାଙ୍କରେ ରହିଥିବାବେଳେ ଦେବାଶିଷ ବିଶ୍ୱାସ ୨୮୩ ରେଙ୍କରେ ରହିଛନ୍ତି।