ଦୁଇ ଝିଅଙ୍କ ସହ ଫଟୋ ସେୟାର କଲେ ଦେବିନା ବାନାର୍ଜୀ, ଲେଖିଲେ ଇମୋସନାଲ ନୋଟ୍

ନୂଆଦିଲ୍ଲୀ ୦୬/୧୨: ଅଭିନେତ୍ରୀ ଦେବିନା ବାନାର୍ଜୀ ସୋସିଆଲ ମିଡିଆରେ ବେଶ ସକ୍ରିୟ। ସେ ପ୍ରାୟତଃ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରୁଥିବା ଦେଖାଯାଏ। ନିକଟରେ ଦେବିନା ମା’ ହୋଇଛନ୍ତି। ଦେବିନା ଚଳିତ ବର୍ଷ ଦୁଇ ରାଜକୁମାରୀଙ୍କୁ ଜନ୍ମ ଦେଇଛନ୍ତି। ପ୍ରଥମ ଗର୍ଭଧାରଣରେ ସେ ପ୍ରଶଂସକଙ୍କଠାରୁ ଯେତିକି ପ୍ରେମ ପାଇଥିଲେ, ଦ୍ୱିତୀୟ ଗର୍ଭବତୀ ସମୟରେ ତାହାଠାରୁ ଅଧିକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଦେବିନା ଟ୍ରୋଲର୍ସଙ୍କୁ ମଧ୍ୟ ଉପଯୁକ୍ତ ଉତ୍ତର ଦେଇଛନ୍ତି। ନିକଟରେ ଦେବିନା ତାଙ୍କ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଉଭୟ ଝିଅଙ୍କର ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି।
ଦେବିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ, ସେ ସ୍ନେହରେ ପ୍ରଥମ ଝିଅ ଲିଆନାଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି। ଏଥି ସହିତ, ଦ୍ୱିତୀୟ ଫଟୋରେ ଲିଆନା ଏବଂ ତାଙ୍କ ସାନ ଝିଅର ହାତ ଦୃଶ୍ୟମାନ ହେଉଛି। ଏହି ପୋଷ୍ଟ ସହିତ ଦେବିନା ଏକ ସୁନ୍ଦର କ୍ୟାପସନ ମଧ୍ୟ ଦେଇଛନ୍ତି। ଦେବିନା ଲେଖିଛନ୍ତି, ‘ତୁମେ ଦୁହେଁ ମୋ ହୃଦୟକୁ ସବୁଦିନ ପାଇଁ ବଦଳାଇ ଦେଲ ଏବଂ ତାହାକୁ ଭଲ କରିଦେଲ।’
ଦେବିନାଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସଙ୍କ ଖୁବ୍ ଭଲପାଇବା ମିଳିଛି। କ୍ୟୁଟନେସରେ ପରିପୂର୍ଣ୍ଣ ଏହି ଫଟୋକୁ ଦେଖି ଫ୍ୟାନ୍ସ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘ଏତେ ସୁନ୍ଦର ଫିଲା, ନିଜ ମା’କୁ କେତେ ସୁନ୍ଦର ଭାବରେ ଚାହିଁଛନ୍ତି।’ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ଲିଆନା ବହୁତ ସୁନ୍ଦର ଦେଖାଯାଉଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଝିଅମାନେ ଭଗବାନଙ୍କ ଆଶୀର୍ବାଦ ।’