ନୂଆଦିଲ୍ଲୀ: ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହଙ୍କ ମୃତ୍ୟୁ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଏହି ଖବରକୁ ନିଶ୍ଚିତ କରିଛି। ରିପୋର୍ଟ ଅନୁଯାୟୀ, ସେ ଦୁଇ ଦିନ ପୂର୍ବରୁ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଆହତ ହୋଇଥିଲେ । ଏବେ ତାଙ୍କର ଚିକିତ୍ସାଧିନ ସମୟରେ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଖାମେନେଇ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇ ସାରିଲେଣି । ମନସୁରେହ ୧୯୬୪ ମସିହାରେ ଖାମେନେଇଙ୍କୁ ବିବାହ କରିଥିଲେ। ସେ ସର୍ବଦା ସାର୍ବଜନୀନ ଜୀବନରୁ ଦୂରରେ ରହୁଥିଲେ ଏବଂ କୌଣସି ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ କାଁ ଭାଁ ଦେଖିବାକୁ ମିଳୁଥିଲା।

ଆମେରିକା ଏବଂ ଇସ୍ରାଏଲ ପୃଥକ ଭାବରେ ଖାମେନେଇଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁକୁ ନିଶ୍ଚିତ କରିନାହାଁନ୍ତି। ତଥାପି, ଇରାନର ସରକାରୀ ଗଣମାଧ୍ୟମ ଲଗାତାର ଭାବରେ କହିଛି ଯେ ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟ ପ୍ରାଣ ହରାଇଛନ୍ତି। ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ୪୦ ଦିନର ଜାତୀୟ ଶୋକ ଘୋଷଣା ହୋଇଛି । ୧୯୮୯ ମସିହାରୁ ଖାମେନି ଇରାନର ସର୍ବୋଚ୍ଚ ରାଜନୈତିକ ଏବଂ ଧାର୍ମିକ ନେତା ଥିଲେ।

ଖାମେନେଇଙ୍କ ଝିଅ ଏବଂ ଜ୍ୱାଇଁ ମଧ୍ୟ ନିହତ ହୋଇଛନ୍ତି...

ଖାମେନେଇଙ୍କ କୋଠା ଉପରେ ୩୦ ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା, ଯେଉଁଥିରେ ତାଙ୍କ ଝିଅ-ଜ୍ବାଇଁ, ବୋହୂ ଏବଂ ନାତୁଣୀ ସମେତ ୪୦ ଜଣ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା।

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଛଅଟି ସନ୍ତାନ...

ଖାମେନେଇ ଏବଂ ତାଙ୍କ ପତ୍ନୀଙ୍କର ଛଅଟି ସନ୍ତାନ ଅଛନ୍ତି: ଚାରି ପୁଅ ଏବଂ ଦୁଇଟି ଝିଅ। ପୁଅ ମାନଙ୍କ ନାମ ମୋସ୍ତଫା, ମୋଜତାବା, ମାସୁଦ ଏବଂ ମୈସାମ। ଝିଅ ମାନଙ୍କ ନାମ ବୋଶ୍ରା ଏବଂ ହୋଦା। ବଡ଼ ପୁଅ ମୋସ୍ତଫା ଜଣେ ଧାର୍ମିକ ନେତା। ସେ ଇରାନୀ ଦାର୍ଶନିକ ଅଜିଜୁଲ୍ଲା ଖୋସୱାତଙ୍କ ଝିଅଙ୍କୁ ବିବାହ କରିଥିଲେ ଏବଂ ଇରାନ-ଇରାକ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ମାସୁଦ ଇରାନୀ ନେତା ମୋହସେନ ଖରାଜିଙ୍କ ଝିଅଙ୍କୁ ବିବାହ କରିଥିଲେ। ମାସୁଦ କୌଣସି ସରକାରୀ କିମ୍ବା ବେସରକାରୀ ପଦବୀରେ ନାହାଁନ୍ତି। ଖାମେନେଇଙ୍କ ପରିବାରର ଅନେକ ନାତିନାତୁଣୀ ଅଛନ୍ତି। ତଥାପି, କେବଳ ଜଣେ ନାତିର ନାମ ସାର୍ବଜନୀନ ଭାବରେ ପ୍ରକାଶ କରାଯାଇଛି: ମହମ୍ମଦ ବାଘେର ଖାମେନେଇ।

ଖାମେନେଇଙ୍କ ଭାଇ ଭଉଣୀ...

ଖାମେନେଇଙ୍କ ତିନି ଭାଇ ଥିଲେ, ଯେଉଁଥିରେ ମହମ୍ମଦ ଖାମେନେଇ ଏବଂ ହାଦି ଖାମେନେଇ ସାମିଲ ଥିଲେ। ତାଙ୍କ ଚାରି ଭଉଣୀଙ୍କ ମଧ୍ୟରୁ ଜଣେ, ବଦ୍ରି ଖାମେନି, ୧୯୮୦ ଦଶକରେ ଇରାନ ଛାଡି ବିଦେଶକୁ ଚାଲିଯାଇଥିଲେ। ରିପୋର୍ଟ ଅନୁସାରେ, ଖାମେନିଙ୍କ କିଛି ଭଣଜା ଏବଂ ନାତି ନାତୁଣୀ ବିଦେଶରେ ରୁହନ୍ତି, ସେମାନଙ୍କ ମଧ୍ୟରୁ କିଛି ପ୍ୟାରିସରେ ରହୁଥିବା ରିପୋର୍ଟ ହୋଇଛି। ଖାମେନେଇଙ୍କ ପୁଅ ଏବଂ ଝିଅ ଇରାନରେ ରହିଛନ୍ତି ।