PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ ! ଏଥେନଲ ବ୍ଲେଡିଂ ଉପରେ ଏକ୍ସସାଇଡ୍ ଡ୍ୟୁଟିରେ ରିହାତି, ୧ ଅକ୍ଟୋବରରୁ ଲାଗିବନି ଗ୍ରୀନ୍ ଟ୍ୟାକ୍ସ

ନୂଆଦିଲ୍ଲୀ ୫/୭: ତେଲ ଏବଂ ସୁଗାର କମ୍ପାନୀମାନଙ୍କ ପାଇଁ ଭଲ ଖବର ସାମ୍ନାକୁ ଆସିଛି । ସରକାର ଏଥେନଲ ବ୍ଲେଡିଂକୁ ଅଧିକ ପ୍ରମୋଟ୍ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ବ୍ଲେଡିଂ ଉପରେ ଏକ୍ସସାଇଜ୍ ଡ୍ୟୁଟିରେ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି । ଏଥେନଲ୍ ବ୍ଲେଡିଂକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ପେଟ୍ରୋଲରେ ୧୨-୧୫ ପ୍ରତିଶତ ବ୍ଲେଡିଂରେ ଏବଂ ଡିଜେଲରେ ୨୦ ପ୍ରତିଶତ ବ୍ଲେଡିଂରେ ଏକ୍ସସାଇଜ୍ ଡ୍ୟୁଟିରେ ରିହାତିର ଫାଇଦା ଦେଖିବାକୁ ମିଳିବ ।

ସୂଚନା ଅନୁସାରେ ଏଥେନଲରେ ଷ୍ଟେଟ ସମସ୍ତ ଲୋକାଲ ଟ୍ୟାକ୍ସ ଭରିବା ପରେ ୧ ଲିଟର ପେଟ୍ରୋଲରେ କେବଳ ଷ୍ଟେଟର ହିଁ ଟ୍ୟାକ୍ସ ଦେବାକୁ ହୋଇଥାଏ । ଅର୍ଥାତ୍ ଯଦି ୧ ଲିଟର ପେଟ୍ରୋଲରେ ୧୫ ବ୍ଲେଡିଂ କରାଯାଏ ତେବେ ସେହି ୧୫ ପ୍ରତିଶତରେ ହିଁ ଷ୍ଟେଟର ଟ୍ୟାକ୍ସ ଦେବାକୁ ହେବ ଏବଂ ବାକି ୮୫ ପ୍ରତିଶତରେ ଏକ୍ସସାଇଜ୍ ଟ୍ୟୁଟିର ରିହାତି ମିଳିଯିବ । ଏହାର ଅର୍ଥ ୧୫ ପ୍ରତିଶତ ବ୍ଲେଡିଂରେ ହିଁ ଟ୍ୟାକ୍ସ ଦେବା ପାଇଁ ବାଧ୍ୟ କରାଯିବ ।

ଇମ୍ପୋର୍ଟ ବିଲକୁ ପ୍ରମୋଟ କରିବା ପାଇଁ ସରକାର ଏମିତି ପଦକ୍ଷେପ ନେଇଛନ୍ତି । ବ୍ଲେଡିଂର ପ୍ରମୋଶନରେ ଘରୋଇ ସୁଗାର ଇଣ୍ଡଷ୍ଟ୍ରୀକୁ ମଧ୍ୟ ପ୍ରମୋଶନ ମିଳିବ । ଏଥିରେ ସାଧାରଣ ନାଗରିକର ପକେଟ୍ ଉପରେ ପ୍ରଭାବ ପଡିବ ଏବଂ ଆଗାମୀ ସମୟରେ ସାଧାରଣ ଜନତାଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇଯିବ ।

ବ୍ଲେଡିଂର ପ୍ରମୋଶନ ବ୍ୟତୀତ ୧ ଅକ୍ଟୋବରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଗ୍ରୀନ୍ ଟ୍ୟାକ୍ସ ମଧ୍ୟ ଲାଗିବନି । କହିରଖୁଛୁ ଏପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ଉପରେ ୨ ଟଙ୍କାର ଗ୍ରୀନ୍ ଟ୍ୟାକ୍ସ ଲାଗୁଛି, ଯାହାକୁ ହଟାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଏଥିରେ ସାଧାରଣ ନାଗରିକଙ୍କ ସହିତ କମ୍ପାନୀମାନଙ୍କୁ ମଧ୍ୟ ଫାଇଦା ହେବ । ଏହା ପରେ କମ୍ପାନୀମାନଙ୍କ ଉପରେ ଟ୍ୟାକ୍ସ ବୋଝ କମିଯିବ ।