ଦୀପକ ହୁଡ୍ଡାଙ୍କ ଧୂଆଁଧାର ଶତକ ,ସାମସନଙ୍କ ବିଷ୍ଫୋରକ ଅର୍ଦ୍ଧ ଶତକ, ଆୟାରଲାଣ୍ଡ ବିରୋଧରେ ଟିମ୍ ଇଣ୍ଡିଆର ବିଶାଳ ସ୍କର

pic - internet
ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ଚମକିଲେ ଦୀପକ ହୁଡ୍ଡା। ତାଙ୍କର ଧୂଆଁଧାର ଶତକ ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆୟରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ରେ ବିଶାଳ ସ୍କୋର କରିଛି।ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର କରିଛି ଭାରତ। ଦୀପକ ହୁଡ୍ଡା ଟି-୨୦ କ୍ୟାରିୟରରେ ପ୍ରଥମ ଶତକ ଅର୍ଜନ କରିଛନ୍ତି।
ଦୀପକ ୫୭ ବଲରୁ ୯ ଚୌକା ଏବଂ ୬ ଛକା ବଳରେ ୧୦୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସଞ୍ଜୁ ସାମସନ ୪୨ ବଲରୁ ୯ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ କରିଛନ୍ତି। ଏହି ମ୍ୟାଚ୍ ଜିତିଲେ ଭାରତ ସିରିଜ୍ ହାତେଇବ। ଅନ୍ୟପଟେ ସିରିଜ୍ ଡ୍ର ରଖିବାକୁ ହେଲେ ଆୟରଲାଣ୍ଡକୁ ୨୨୮ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ। ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।