କିସାନ ସମାଜର ମହିଳାଙ୍କ ସହ ଆଦିବାସୀ କିସାନ ନୃତ୍ୟ କଲେ ଦୀପାଳି ଦାସ

ଝାରସୁଗୁଡା,୧୯/୦୩: କିସାନ ସମାଜର ମହିଳାଙ୍କ ସହ ଆଦିବାସୀ କିସାନ ନୃତ୍ୟ କଲେ ଦିବଙ୍ଗତ ମନ୍ତ୍ର ନବ ଦାସଙ୍କ ଝିଅ ଦୀପାଳି ଦାସ। ରବିବାର ଝାରସୁଗୁଡା ଜିଲ୍ଲା ଲାଇକେରା ବ୍ଲକ ଭାତଲଇଡାରେ ୫୫୦ ଜାତି କିସାନ ସମାଜର ଜିଲ୍ଲା ସ୍ତରୀୟ ବିଶାଳ ଜନ ସମାବେଶରେ ଯୋଗଦେଇ କିସାନ ସମାଜର ମହିଳାଙ୍କ ସହ ଆଦିବାସୀ କିସାନ ନୃତ୍ୟ କରିଛନ୍ତି ଦୀପାଳି ଦାସ। ଏହି ଜିଲ୍ଲା ସ୍ତରୀୟ ସମାବେଶରେ ଭାଇ ବିଶାଳ ଦାସ ଏବଂ ନବ ଦାସଙ୍କ ପୁତୁରା ଉପସ୍ଥିତ ଥିଲେ।
ଜିଲ୍ଲା ସ୍ତରୀୟ ଏହି ସମାବେଶରେ ଦୀପାଳି ଏବଂ ବିଶାଳ ଦାସ ଯୋଗ ଦେଇ କହିଛନ୍ତି ସବୁବେଳେ ସେମାନେ କିସାନ ସମାଜ ସହ ଅଛନ୍ତି। ବାପା ନବ ଦାସ ଯେପରି ସବୁବେଳେ କିସାନ ସମାଜର ଉନ୍ନତି ପାଇଁ କାମ କରୁଥିଲେ ସେହିପରି ନବ ଦାସଙ୍କ ପରିବାର ଲୋକେ କିସାନ ସମାଜ ସହ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ କିସାନ ସମଜ ପକ୍ଷରୁ ବିଶାଳ ଦାସ ଓ ଦୀପାଳି ଦାସ ପ୍ରତି ସମ୍ପୂର୍ଣ ସମର୍ଥନ ଅଛି ବୋଲି କିସାନ ସମାଜ ପକ୍ଷରୁ କୁହାଯାଇଛି। ତେବେ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ ଦେବେ ଲୋକେ ଯାହାକୁ ଚାହିଁବେ ତାକୁ ସମସ୍ତେ ସମର୍ଥନ କରିବୁ ବୋଲି ଉଭୟ ଭାଇ ଭଉଣୀ ଦୀପାଳି ଓ ବିଶାଳ କହିଛନ୍ତି।