PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପଦ୍ମପୁର ଉପନିର୍ବାଚନରେ ଦୀପାଳିଙ୍କୁ ବଡ଼ ଦାୟିତ୍ବ

ଝାରସୁଗୁଡ଼ା,୧୯/୧୧: ପଦ୍ମପୁର ଉପ-ନିର୍ବାଚନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ କନ୍ୟା ଯୁବନେତ୍ରୀ ଦୀପାଳି ଦାସଙ୍କୁ ପ୍ରଚାର କାର୍ଯ୍ୟରେ ବିଜେଡ଼ି ପକ୍ଷରୁ ବଡ଼ ଦାୟିତ୍ୱ ଦିଆଯାଇଛି । ପାଇକମାଲ ବ୍ଲକରେ ପ୍ରଚାର କାର୍ଯ୍ୟ ଲାଗି ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବିଜେଡ଼ି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ପାଇକମାଲ ବ୍ଲକର ଭେଙ୍ଗରାଜପୁର, ପାଇକମାଲ, ଭୁବନେଶ୍ୱରପୁର, କେରମେଲାବାହାଲ, ପଲସଦା, ମିଠାପାଲି ଏବଂ ଛେଡ଼ଗାଁ ପଞ୍ଚାୟତ ପାଇଁ ସ୍ୱତନ୍ତ୍ର ଭାବେ ଦଳୀୟ ନେତା ଏବଂ ନେତ୍ରୀ ମାନଙ୍କୁ ପ୍ରଚାର ଦାୟିତ୍ୱ ଦିଆଯାଇଥିବା ବେଳେ ଜୋନ ଅବଜାର୍ଭର ଭାବେ ନୀଳକୁମାର ନାୟକ ଏବଂ ସବିତା ଆଚାର୍ଯ୍ୟ ଦାୟିତ୍ୱରେ ରହିଛନ୍ତି । ଉଭୟ ପଞ୍ଚାୟତ ଏବଂ ଜୋନ ଦାୟିତ୍ୱରେ ଥିବା ଦଳୀୟ ନେତା ଏବଂ ନେତ୍ରୀ ମାନଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରଚାର କାର୍ଯ୍ୟ ପରିଚାଳନା ଲାଗି ଦୀପାଳିଙ୍କ ଉପରେ ଦଳ ଭରସା କରି ଦାୟିତ୍ୱ ପ୍ରଦାନ କରିଛି ।