ଦୀପିକାଙ୍କ ଟେଣ୍ଟ ପୋଡିଦେଲେ ଦୀନେଶଙ୍କ ପରିବାର, ଭିଡିଓ କରି କଲେ ଅଭିଯୋଗ

ବ୍ରହ୍ମପୁର, ୨୯/୧୧ : ଦୀପିକାଙ୍କ ଧାରଣାସ୍ଥଳରେ ଥିବା ଟେଣ୍ଟ ପୋଡିଦେଲେ ଦୀନେଶଙ୍କ ପରିବାର ଲୋକ। ଏଭଳି ଅଭିଯୋଗ କରିଛନ୍ତି କେ. ଦୀପିକା । ଭିଡିଓ ଜାରି କରି ସେ ଏହି ଅଭିଯୋଗ ଆଣିଛନ୍ତି। ଦୀପିକା ଆଜି ଧାରଣାସ୍ଥଳରେ ନଥିବା ସମୟରେ ଦୀନେଶଙ୍କ ପରିବାର ଲୋକ ଦୀପିକାଙ୍କ ଟେଣ୍ଟ ସହ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ିଥିବା ଅଭିଯୋଗ କରିଛନ୍ତି। ସ୍ତ୍ରୀର ହକ୍ ଦାବି ଓ ପୁଅକୁ ବାପାର ପରିଚୟ ପ୍ରଦାନ ଦାବିରେ ୧୦୦ରୁ ଉର୍ଦ୍ଧ୍ଵ ଦିନ ହେଲା ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା।
ପ୍ରକାଶ ଥାଉକି, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଦେଶୀ ବେହେରା ସାହିର ଦିନେଶଙ୍କ ସହ ଦୀପିକାଙ୍କ ଦୀର୍ଘଦିନର ପ୍ରେମ ସମ୍ପର୍କ ଥିଲା। ହେଲେ ପୁତ୍ର ସନ୍ତାନ ଜନ୍ମଗ୍ରହଣ ପରେ ଦିନେଶ ଏବଂ ତାଙ୍କ ପରିବାର ଦୀପିକାଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଦୀପିକା ଅଗଷ୍ଟ ୨ ତାରିଖରୁ ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଖରା ବର୍ଷା ମାଡ଼ ସହି ଘର ସାମ୍ନାରେ ଦୀପିକା ପାଲ ଟାଣି ରହୁଛନ୍ତି । ନ୍ୟାୟ ପାଇଁ ତାଙ୍କ ଘର ଦୂଆରେ ଧାରଣା ଦେଇଛନ୍ତି।