PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

୫୦୦ କୋଟିର ଫିଲ୍ମ ‘ପ୍ରୋଜେକ୍ଟ କେ’, ୧୦ କୋଟିରୁ ଅଧିକ ଆମାଉଣ୍ଟ୍ ନେଇଛନ୍ତି ଦୀପିକା

koimoi

ନୂଆଦିଲ୍ଲୀ ୦୮/୦୩ : ପ୍ରଭାସ ଏବଂ ଦୀପିକା ପାଦୁକୋନ ଷ୍ଟାରର୍ ‘ପ୍ରୋଜେକ୍ଟ କେ’ ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଛି। ଏହି ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଦୀପିକାଙ୍କ ପାଇଁ ଏହି ବର୍ଷ ବହୁତ ଭଲରେ ଆରମ୍ଭ ହୋଇଛି। ତାଙ୍କର ‘ପଠାନ୍’ ସୁପର ହିଟ୍ ହୋଇଛି। ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ଓସ୍କାର ସେରିମନି ପ୍ରେଜେଣ୍ଟ କରିବେ। ପ୍ରଭାସଙ୍କ ସହ ତାଙ୍କର ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବ। ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି ହେବ ବୋଲି କୁହାଯାଉଛି। ଏଥିପାଇଁ ଦୀପିକା ମଧ୍ୟ ବଡ ଆମାଉଣ୍ଟ୍ ଚାର୍ଜ କରିଛନ୍ତି।

ଦୀପିକା ଆଜି ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ‘ପ୍ରୋଜେକ୍ଟ କେ’ ପାଇଁ ୧୦ କୋଟିରୁ ଅଧିକ ଫି’ ନେଇଛନ୍ତି। ତେବେ ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ।

ନିକଟରେ ‘ପ୍ରୋଜେକ୍ଟ କେ’ର ପୋଷ୍ଟର ରିଲିଜ ହୋଇଥିଲା। ଫିଲ୍ମରୁ ଦୀପିକାଙ୍କ ପ୍ରଥମ ଲୁକ୍ ମଧ୍ୟ ପ୍ରକାଶ ପାଇଥିଲା। ଏହି ପୋଷ୍ଟର ତାଙ୍କ ଜନ୍ମ ଦିନରେ ରିଲିଜ୍ କରାଯାଇଥିଲା, ଯେଉଁଥିରେ ଲେଖାଥିଲା ‘ଅନ୍ଧେର୍ ମେଁ ଏକ ଉମିଦ୍’ । ତେବେ ନାଗ ଅଶ୍ୱିନ୍ ‘ପ୍ରୋଜେକ୍ଟ କେ’ ନିର୍ଦ୍ଦେଶନା ଦେଉଛନ୍ତି। ଦୀପିକା ପ୍ରଥମ ଥର ପାଇଁ ତେଲୁଗୁ ଫିଲ୍ମରେ କାମ କରୁଛନ୍ତି। ଫିଲ୍ମର ୭୦ ପ୍ରତିଶତ ସୁଟିଂ ଶେଷ ହୋଇସାରିଛି। ଫିଲ୍ମଟି ଜାନୁଆରୀ ୧୪ ରେ ମୁକ୍ତିଲାଭ କରିବ ।

ସମ୍ବନ୍ଧିତ ଖବର