PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରଣଭୀରଙ୍କ ବେଡରୁମ୍ ସିକ୍ରେଟ୍ ଖୋଲିଲେ ଦୀପିକା

source: https://www.timesnownews.com

ମୁମ୍ବାଇ,୨୨।୨: ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବାହାଘର ସରିଛି। ଦୁହେଁ ପରସ୍ପର ସହିତ ରହି ଖୁବ୍ ଖୁସି ଅଛନ୍ତି ବୋଲି ଦେଖିବାକୁ ମିଳୁଛି। ଏପରିକି ବିବାହ ପରେ ଜଣେ ଅନ୍ୟଜଣଙ୍କର ପ୍ରଶଂସା କରିବାରେ ଟିକେ ବି ପଛରେ ନାହାଁନ୍ତି।  ତେବେ ଏଥର ଦୀପିକା କିନ୍ତୁ ତାଙ୍କ ସ୍ବାମୀ ରଣବୀରଙ୍କ ବିଷୟରେ ଏଭଳି କିଛି ସିକ୍ରେଟକଥା କହିଛନ୍ତି ଯାହା ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଏକ ପୁରସ୍କାର ସମାରୋହରେ ଦୀପିକା ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କୁ କାର୍ଯ୍ୟକ୍ରମର ହୋଷ୍ଟ ଯେତେବେଳେ ରଣଭୀରଙ୍କ ବିଷୟରେ ପଚାରିଥିଲେ ସେତେବେଳେ ଦୀପିକାଙ୍କ କଥା ଶୁଣି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଖୁବ୍ ହସିବାରେ ଲାଗିଥିଲେ।

https://www.indiatvnews.com

କାର୍ଯ୍ୟକ୍ରମର ହୋଷ୍ଟ ଦୀପିକାଙ୍କୁ ରଣବୀରଙ୍କ ସୁନ୍ଦରତାର ରହସ୍ୟ କ’ଣ ପଚାରିଥିଲେ। ଏହାର ଉତ୍ତରରେ ଦୀପିକା କହିଥିଲେ ତାଙ୍କ ସ୍ବାମୀ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେବାକୁ ତାଙ୍କ ଠାରୁ ଅଧିକ ସମୟ ନେଇଥାନ୍ତି। କେବଳ ସେତିକି ନୁହେଁ ଗାଧୋଇବା ଓ ବେଡରେ ଶୋଇବାକୁ ତାଙ୍କ ଠାରୁ ଅଧିକ ସମୟ ନେଇଥାନ୍ତି। ଦୀପିକାଙ୍କ ଠାରୁ ଏହି କଥା ଶୁଣିବା ପରେ ସେଠାରେ ଥିବା ଦର୍ଶକ ଖୁବ୍ ହସିବାରେ ଲାଗିଥିଲେ। ଏହାପରେ ଦୀପିକା କହିଲେ ମୁଁ କେବଳ କହିଲି ବେଡରେ ଶୋଇବାକୁ ଅଧିକ ସମୟ ନେଇଥାନ୍ତି। ଏହି ସମୟରେ ଦୀପିକା  ମଧ୍ୟ ନିଜେ ସ୍ବୀକାର କରିଛନ୍ତି ଯେ ତାଙ୍କୁ ବେଳେ ବେଳେ ରଣବୀରଙ୍କ ଟି-ସାର୍ଟ ପିନ୍ଧିବାକୁ ଭଲ ଲାଗେ। ଏହି ସମୟରେ  ରଣବୀର କହିଥିଲେ ତାଙ୍କୁ ଦୀପିକାଙ୍କ ହାତରେ ପ୍ରସ୍ତୁତ ଖାଦ୍ୟ ବିଶେ​‌ଷକରି ଚାରୁପାଣି ଓ ଭାତ ତାଙ୍କୁ ଖାଇବାକୁ ଖୁବ୍ ଭଲ ଲାଗେ।