ପ୍ୟାରିସ୍ ଫ୍ୟାଶନ ୱିକ୍ରେ ଦୀପିକାଙ୍କ ଜଲୱା, ଲୁକ୍ରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ndtv
ନୂଆଦିଲ୍ଲୀ ୦୮/୦୩ : ପଠାନର ବକ୍ସ ଅଫିସରେ ସଫଳତା ପରେ ଦୀପିକା ପାଦୁକୋନ ପ୍ୟାରିସ ଫ୍ୟାଶନ ୱିକ୍ରେ ପହଞ୍ଚିଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ଫ୍ୟାନ୍ସଙ୍କ ହୃଦୟ ଜିତୁଛି। ଅଭିନେତ୍ରୀ ଫ୍ୟାଶନ ଆମ୍ବାସାଡର ଭାବେ ଲୁଇସ୍ ଭ୍ୟୁଟନ୍ ଶୋ’ରେ ପହଞ୍ଚିଛନ୍ତି, ଯାହାର ଲୁକ୍ ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। ଏଥି ସହିତ ସୋସିଆଲ ମିଡିଆରେ ତାଙ୍କର ଲୁକ୍ ର ଫଟୋ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ଦୀପିକା ପ୍ରାୟତଃ ଅନ୍ତର୍ଜାତୀୟ ଇଭେଣ୍ଟରେ ଲୁଇସ୍ ଭ୍ୟୁଟନ୍ ଡ୍ରେସ ପିନ୍ଧନ୍ତି। ଗତ ବର୍ଷ କତାରରେ ଫିଫା ବିଶ୍ୱକପ ଟ୍ରଫି ଉନ୍ମୋଚନ ସମୟରେ ଅଭିନେତ୍ରୀଙ୍କ ଜ୍ୟାକେଟ ଲାଇମ୍ ଲାଇଟକୁ ଆସିଥିଲା। ତେଣୁ ଏଥର ମଧ୍ୟ ତାଙ୍କ ବ୍ଲାକ୍ ଜ୍ୟାକେଟ୍ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପୁରା ଲୁକ୍ ବିଷୟରେ କହିବାକୁ ଗଲେ, ଫଟୋରେ ତାଙ୍କର ପ୍ରତ୍ୟେକ ଷ୍ଟାଇଲକୁ ଫ୍ୟାନ୍ସ ପସନ୍ଦ କରୁଛନ୍ତି। ଏଥିସହିତ ଅଭିନେତ୍ରୀ କ୍ୟାପସନରେ ଫ୍ୟାଶନ୍ ବ୍ରାଣ୍ଡ୍କୁ ଟ୍ୟାଗ୍ କରିଛନ୍ତି।