PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କାନ୍ସରେ ଝୁମି ଉଠିଲେ ବଲିଉଡ୍ ହସିନା, ରାଜସ୍ଥାନୀ ଗୀତରେ ଠୁମ୍‌କା ଲଗାଇଲେ ଉର୍ବଶୀ-ଦୀପିକା

ନୂଆଦିଲ୍ଲୀ ୧୩/୦୫: ଫ୍ରାନ୍ସରେ ଅନୁଷ୍ଠିତ ୭୫ ତମ ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ ଆରମ୍ଭ ହେବା ପରେ ବୁଧବାର ଦିନ ଇଣ୍ଡିଆନ୍ ପାଭିଲିୟନ୍ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା। ଏହାର ଆରମ୍ଭ କିଛି ଲୋକ ନୃତ୍ୟରୁ ହୋଇଥିଲା। ଯେଉଁଥିରେ ବଲିଉଡ୍ ଅଭିନେତ୍ରୀମାନେ ଠୁମ୍‌କା ଲଗାଇଥିଲେ। ଉର୍ବଶୀ ରୌତେଲା, ଦୀପିକା ପାଦୁକୋନ, ପୂଜା ହେଗଡେ, ତମନ୍ନା ଭାଟିଆ ରାଜସ୍ଥାନୀ ଲୋକ ଗାୟକ ମାମେ ଖାନଙ୍କ ସହ ସଂଗୀତ ସନ୍ଧ୍ୟାକୁ ଉପଭୋଗ କରିଥିଲେ ଏବଂ ସମସ୍ତେ ନାଚୁଥିବାର ଦେଖିବାକୁ ମିଳିଥିଲା ​।

ଏଥର ‘କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ‘କଣ୍ଟ୍ରି ଅଫ୍ ଅନର୍’ ମିଳିଛି। ଏହି ଫେଷ୍ଟିଭାଲରେ ଅନେକ ବଲିଉଡ କଳାକାର ଅଂଶଗ୍ରହଣ କରିଛନ୍ତି। ଲୋକ ଗାୟକ ମାମେ ଖାନ ଭାରତୀୟ ପାଭିଲିଅନର ଉଦଘାଟନୀ ସମୟରେ ଫେଷ୍ଟିଭାଲର ଓପନିଂ ଡେ ସେରିମନିରେ ଭାରତୀୟ ପ୍ରତିନିଧିର ଅଂଶ ଥିଲେ। ମାମେ ଖାନ ମଧ୍ୟ ରେଡ୍ କାର୍ପେଟରେ ଚାଲିଥିଲେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଉଦ୍ଘାଟନର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ, ସେଠାରେ ଉପସ୍ଥିତ ଥିବା ସମସ୍ତ ବଲିଉଡ ଅଭିନେତ୍ରୀମାନେ ମାମେଙ୍କ ଲୋକଗୀତରେ ନାଚିଛନ୍ତି।