ଦୀପିକାଙ୍କ ପାଖରେ ପିନ୍ଧିବା ପାଇଁ କପଡ଼ା ନାହିଁ, ରଣବୀରଙ୍କ ଆଲମାରୀରୁ ଏହି ଜିନିଷ ଉଧାର ନିଅନ୍ତି

ମୁମ୍ବାଇ,୧୪/୨: ବଲିଉଡ୍ ଷ୍ଟାର ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ଫିଲ୍ମ ଇଣ୍ଡଷ୍ଟ୍ରିର ଆକର୍ଷଣୀୟ ଏବଂ ଆଦର୍ଶ ଦମ୍ପତି। ବିବାହ ପରେ ଦୁହେଁ ବହୁତ ଖୁସି ଥିବାର ନଜରକୁ ଆସୁଛି। ବିବାହ ପୂର୍ବରୁ ରଣବୀର ଓ ଦୀପିକା ୬ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ।

ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ବିବାହ ପରେ ଅନେକ ସମୟରେ ଦୁହେଁ ଦୁହିଁଙ୍କୁ ପ୍ରଂଶସା କରୁଥିବାର ଦେଖାଯାଇଛି । ଏବେ ଏତେ ସବୁ ଚର୍ଚ୍ଚା ମଧ୍ୟରେ ରଣବୀର ଦୀପିକାଙ୍କ ଆଲ୍ମାରୀରୁ କ’ଣ ଧାର୍ ନେଇଥାନ୍ତି ଏବଂ ଦୀପିକା ରଣବୀରଙ୍କ ଆଲମାରୀରୁ କ’ଣ ଧାର୍ ନେଇଥାନ୍ତି ସେ ବିଷୟରେ ଦୀପିକା ଓ ରଣବୀର ଜଣାଇଛନ୍ତି ।

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗ୍ଲାମର ଆଣ୍ଡ ଷ୍ଟାଇଲ ଆଓ୍ଵାର୍ଡରେ ଦୀପିକାଙ୍କୁ ରଣବୀରଙ୍କ ପୋଷାକ ଚୟନକୁ ନେଇ ପଚରା ଯାଇଥିଲା ।ଏହାର ଉତ୍ତରରେ ସେ କହିଥିଲେ, ମୋତେ ଲାଗୁଛି କି ସେ ଜାଣି ଜାଣି ଏପରି କରନ୍ତି । ଆମେ ଦୁହେଁ ପରସ୍ପରର ଜିନିଷ ବ୍ୟବହାର କରିଥାଉ । ମୁଁ ତାଙ୍କ ଆଲ୍ମାରୀରୁ ଟି-ସାର୍ଟ ଏବଂ ସ୍ୱେଟ୍ ସାର୍ଟ ଉଧାର ନେଇଥାଏ ବୋଲି ଦୀପିକା କହିଛନ୍ତି ଏବଂ ଦୀପିକାଙ୍କ ଆଲମାରୀରୁ ସନ୍ଗ୍ଲାସ ଉଧାର ନେଇଥାଏ ବୋଲି ରଣବୀର କହିଛନ୍ତି।