PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ

ମହାକାଳପଡା, ୦୫/୦୨ : ସ୍କୁଟିରୁ ହରିଣ ମାଂସ ଜବତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ରାମଚଣ୍ଡୀ ପୋଲ ନିକଟରୁ ବନ ବିଭାଗ ଓ ଜମ୍ଵୁ ପୋଲିସ ମିଳିତ ଚଢାଉ କରି ହରିଣ ମାଂସ ଜବତ କରିଛି।

ସୂଚନାନୁଯାୟୀ, ଓଡି ୦୫ ଏଚ ୪୨୮୮ ନମ୍ବର ବିଶିଷ୍ଟ ଏକ ସ୍କୁଟି ଯୋଗେ ହରିଣ ମାଂସ ଚୋରା ଚାଲାଣ ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ରାମଚଣ୍ଡୀ ପୋଲ ନିକଟରେ ବନ ବିଭାଗ ଓ ଜମ୍ଵୁ ପୋଲିସ ମିଳିତ ଚଢାଉ କରିଥିଲା। ଚଢାଉ ବେଳେ ୫ କେ.ଜି ହରିଣ ମାଂସ ଜବତ ହୋଇଛି। ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଖରନସି ଗ୍ରାମର ହାରାଧନ ରକ୍ଷିତକୁ ଗିରଫ କରିଛି ପୋଲିସ। ଜବତ ମାଂସର ନମୁନା ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଯାଇଛି। ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ୨୬/୨୩ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।