ଧଉଳି ଅଞ୍ଚଳରୁ ହରିଣ ଉଦ୍ଧାର କଲା ବନ ବିଭାଗ, ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ା ଯିବ

ଧଉଳି ୨୦/୦୩: ରାଜଧାନୀ ଉପକଣ୍ଠ ଧଉଳି ଅଞ୍ଚଳରୁ ଆଜି ଏକ ଚିତା ହରିଣ ଉଦ୍ଧାର କରାଯାଇଛି । ଧଉଳି ଥାନା ଅଧୀନ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଆଖଣ୍ଡଳମଣି ମନ୍ଦିର ନିକଟରେ ହରିଣଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ। ଫଳରେ ହରିଣଟି ଭୟଭୀତ ହୋଇ ନିକଟରେ ଥିବା ଏକ ସିମେଣ୍ଟ ନନ୍ଦ ଫ୍ୟାକ୍ଟରି ଭିତରକୁ ପଶିଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ବାଲିପାଟଣା ବନବିଭାଗକୁ ଫୋନ କରି ଜଣାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଜାଲ ବିଛାଇ ହରିଣଟିକୁ ଉଦ୍ଧାର କରିଥିଲେ।ବାଳକାଟୀ ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଉଛି। ଫିଟନେସ ସାଟିଫିକେଟ ମିଳିବା ପରେ ଭଅଁରାଗଡ଼ ଗ୍ରାମ୍ୟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ରେଞ୍ଜର ମାନସ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।