PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ବିଭ୍ରାନ୍ତିକର ଅଡିଓ ଭାଇରାଲ ଘଟଣା – ଖୋର୍ଦ୍ଧା SDJM କୋର୍ଟରେ ଓଟିଭି‌ ନାଁରେ ମାମଲା ରୁଜୁ କଲେ ସମ୍‌ ହସ୍‌ପିଟାଲ୍ କର୍ତ୍ତୃପକ୍ଷ

 ଭୁବନେଶ୍ୱର – ସାମାଜିକ ଗଣମାଧ୍ୟମରେ ବ୍ରିଭାନ୍ତିକର ଅଡିଓ ଭାଇରାଲ୍‌ ମାମଲାରେ ସମ୍‌ ହସ୍‌ପିଟାଲ ପକ୍ଷରୁ ଓଟିଭି  ବିରୋଧରେ ମାନହାନୀ ମାମଲା ରୁଜୁ କରାଯାଇଛି । ସମ୍ପୃକ୍ତ ଚ୍ୟାନେଲ୍‌ ସହ ଅଡିଓ ଭାଇରାଲ୍‌ କରିଥିବା ୨ ଅଭିଯୁକ୍ତ ଏବଂ ଚ୍ୟାନେଲ୍ ସହ ଜଡିତ ୬ ଜଣଙ୍କ ନାମରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି ।  । ସାମାଜିକ ଗଣମାଧ୍ୟମରେ ଆସିଥିବା ଫେକ୍‌ ତଥା ବ୍ରିଭାନ୍ତିକର ଅଡିଓକୁ  ଅନ୍ୟମାନଙ୍କୁ ମିଛରେ ବଦନାମ କରିବା ପାଇଁ ସମ୍ପୃକ୍ତ ଚ୍ୟାନେଲ୍‌ ପକ୍ଷରୁ ବ୍ୟବହାର କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ଏହାକୁ ନିଜ ଭିତରେ ହ୍ୱାଟସ୍‌ଆପ୍‌ ଗ୍ରୁପରେ ସେୟାର କରିଥିବା କହିଥିଲେ । ସମ୍ପୃକ୍ତ ଚ୍ୟାନେଲ୍‌ ସେମାନଙ୍କୁ ବିନାଅନୁମତିରେ ସରକାରଙ୍କୁ ବଦ୍‌ନାମ କରିବା ପାଇଁ ଏପରି କରିଥିବା ଜୈନେକ ଅଭିଯୁକ୍ତ  ,ସୂଚନା ଦେଇଛନ୍ତି । ସମ୍ପୃକ୍ତ ଚ୍ୟାନେଲ୍‌ ସହ ଅଡିଓ ଭାଇରାଲ୍‌ କରିଥିବା ୨ ଅଭିଯୁକ୍ତ ଏବଂ ଚ୍ୟାନେଲ୍ ସହ ଜଡିତ ୬ ଜଣଙ୍କ ନାମରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି । 

ସୂଚନାଯୋଗ୍ୟ କୋଭିଡ୍-୧୯ ସଂପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାରେ ଓଟିଭି ସମ୍ପୃକ୍ତିକୁ ନେଇ ବଢିବାରେ ଲାଗିଛି। ଚ୍ୟାନେଲର ସଂପାଦକକୁ ହାଜର ହେବାକୁ ଭୁବନେଶ୍ଵର ପୁଲିସ କମିଶନର ନୋଟିସ୍‌ ଦେଇଥିବା ବେଳେ ଅନ୍ୟପଟେ ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଓଡିଶା ଟେଲିଭିଜନ ଲିମିଟେଡ୍ (ଓଟିଭି) ବିରୋଧରେ ମିଥ୍ୟା, ଅସତ୍ୟ ଏବଂ ବିଦ୍ଵେଷମୂଳକ ଭାବେ ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।

ହାଇଟେକ୍ ମେଡିକାଲ କଲେଜ ଖୋର୍ଦ୍ଧା ଏସଡିଜଏମ କୋର୍ଟରେ ଓଟିଭିର ସାତ ଜଣ ଏବଂ ସେହି ଦୁଇ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଯେଉଁ ଦୁଇ ଜଣ ଟେଲିଫୋନରେ ବାର୍ତ୍ତାଳପ ବେଳେ କରୋନା ସମ୍ବନ୍ଧରେ ଭୁଲ ତଥ୍ୟ ଦେଇ ଏକ ଅଡିଓ କ୍ଲିପ୍ ଭାଇରାଲ କରିଥିଲେ। ଅଗଷ୍ଟ ୭ରେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) କୋଭିଡ-୧୯ ସଂପର୍କିତ ମିଥ୍ୟା ଅଡିଓ କ୍ଲିପ୍‌ର ପ୍ରଚାର ପ୍ରସାର କରିବା ଅଭିଯୋଗରେ ଓଟିଭି ବିରୋଧରେ ଏଫଆଇଆର ରୁଜୁ କରିଛି।

ଅଡିଓ କ୍ଲିପ୍‌ରେ କୋଭିଡ-୧୯ରେ ସଫଳତାର ସହ ଚିକିତ୍ସିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର କରୋନା ଚିକିତ୍ସା ପାଇଁ ଦେଇଥିବା ଅର୍ଥ ବିଏମସି ଏବଂ କୋଭିଡ ହସ୍ପିଟାଲ ଦ୍ୱାରା ଅପବ୍ୟବହାର କରାଯାଉଛି। ଏହା ବ୍ୟତୀତ ଵ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ, ଟାର୍ଗେଟ୍ ପୂରଣ ପାଇଁ କୋଭିଡ ଡାକ୍ତରଖାନାକୁ କରୋନାଭାଇରସ୍ ପଜିଟିଭ୍ ପରୀକ୍ଷା କରି ନ ଥିବା ଲୋକଙ୍କୁ ପଠାଯାଉଛି।