ଭୁବନେଶ୍ବର,୧୯।୧୨ : ଝୁମକାରେ ବିଜେଡି ନେତାଙ୍କ ମେଳି। ପରାଜିତ ଓ ଅସନ୍ତୁଷ୍ଟ ନେତାଙ୍କ ମେଳି। ବନ୍ଧୁ ମିଳନ ଆଳରେ ନେତାଙ୍କ ମେଳି।  ବିଜେଡିର କିଛି ପୂର୍ବତନ ବିଧାୟକ  ଚନ୍ଦକାରେ ଏକାଠି ହୋଇଥିଲେ।

ଏନେଇ ପୂର୍ବତନ ବିଜେଡି ବିଧାୟକମାନେ କହିଛନ୍ତି ଆମେ ମାନେ ଆଜି ଏକାଠି ହୋଇଛୁ । ଗୋଟେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଛି । ଆଜି ଏଠି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯିବ। ଚନ୍ଦ୍ର ସାରଥୀ ବେହେରା ସମସ୍ତଙ୍କୁ ଡାକିଛନ୍ତି। ସଂଗଠନ ଆଗକୁ କେମିତି ବଢ଼ିବ ସେ ବିଷୟରେ ଆଲୋଚନା ହେବ। ୨୦୨୫କୁ ବିଦାୟ ଦେଇ ଆଜି ଆମେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଛୁ। ଏହି ଆଲୋଚନା ଦ୍ୱାରା ସଙ୍ଗଠନ ଆହୁରି ସୁଦୃଢ଼ ହେବ।