ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

'ପାକିସ୍ତାନକୁ ଦିନରେ ତାରା ଦେଖାଇଛୁ, ଟ୍ରେଲର ଦେଖିଛନ୍ତି ଫିଲ୍ମ ଦେଖିବେ,' ଭୁଜ ଏୟାରବେସ୍‌ରୁ ରାଜନାଥ ସିଂଙ୍କ ରଣହୁଙ୍କାର...

Published By : Ankita S | May 16, 2025 1:04 PM

ନୂଆଦିଲ୍ଲୀ,୧୬/୦୫: ଅପରେସନ୍ ସିନ୍ଦୂରକୁ ସଫଳ କରିଛନ୍ତି ଭାରତୀୟ ସେନା । ବିଶ୍ୱରେ ଭାରତ ମସ୍ତକକୁ ଉଚ୍ଚ କରିଛନ୍ତି ବାୟୁବୀର । ଭାରତର ସୀମା ବାୟୁସେନାଙ୍କ ପାଇଁ ସୁରକ୍ଷିତ ରହିଛି । ସାରା ବିଶ୍ୱ ଆମ ସେନାଙ୍କ ପରାକ୍ରମ ଦେଖିଛି । ଭୁଜ୍ ଏୟାରବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ପାକିସ୍ତାନକୁ ଦିନରେ ତାରା ଦେଖାଇଛୁ । ବ୍ରହ୍ମୋସ ମିସାଇଲର ତାକତକୁ ମାନିଛି ପାକିସ୍ତାନ । ସାରା ବିଶ୍ୱ ଭାରତ ଶକ୍ତି, ସାମର୍ଥ୍ୟ ଦେଖିଲା । ଟ୍ରେଲର ଦେଖିଛନ୍ତି କିଛି ଦିନ ପରେ ପୁରା ଫିଲ୍ମ ଦେଖିବ ବିଶ୍ୱ । ଗୁଜରାଟ ଭୁଜ ଏୟାରବେସ୍‌ରେ ବାୟୁସେନାଙ୍କୁ ଭେଟିବା ସହ ପାକିସ୍ତାନକୁ କଡ଼ା ଚେତବାନୀ ଦେଇ ରଣହୁଙ୍କାର ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଗୁଜରାଟ ଭୁଜ ଏୟାରବେସରେ ବାୟୁସେନାଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାଙ୍କୁ ସମ୍ବୋଧନ କରିବା ସହିତ ଆତଙ୍କୀସ୍ଥାନକୁ କଡା ଚେତାବନୀ ଦେଇଛନ୍ତି । ସମ୍ବୋଧନରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, '' ଭୁଜ ଏୟାରବେସ୍ ୧୯୬୫ରେ ପାକିସ୍ତାନ ବିପକ୍ଷରେ ବିଜୟର ସାକ୍ଷୀ ହୋଇଛି । ଆଜି ବି ପାକ୍ ବିପକ୍ଷ ବିଜୟର ସାକ୍ଷୀ ହେଲା । ଭୁଜ ମାଟିରେ ଦେଶ ଭକ୍ତିର ବାସ୍ନା ଅଛି । ଆଜି ଏଠାରେ ଉପସ୍ଥିତ ହୋଇ ଗର୍ବ ଅନୁଭବ କରୁଛି । ଅପରେସନ ସିନ୍ଦୂରରକୁ  ତୁମେ ସଫଳ କରି ଦେଖାଇଛ । ବିଶ୍ୱ ଆଗରେ ଭାରତର ମୁଣ୍ଡ ଉଚ୍ଚା କରିଛ । ଅପରେସନ୍ ସିନ୍ଦୂର ଏବେ ବି ଚାଲିଛି । ଏହି ଅପରେସନ୍ ଜରିଆରେ ତୁମେ ଯାହା କରିଛ ତାକୁ ନେଇ ସବୁ ଭାରତୀୟ ଗର୍ବିତ । ମାତ୍ର ୨୩ ମିନିଟ୍‌ରେ ପାକିସ୍ତାନରେ ବଢୁଥିବା ଆତଙ୍କୀ ଆଡ୍ଡାକୁ ଛାରଖାର କରିଥିଲ ।''

ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ''ପାକିସ୍ତାନ ଆମ ବ୍ରହ୍ମୋସ ମିସାଇଲର ଶକ୍ତିକୁ ମାନିଛି । ଭୁଜ ଏୟାରବେସ୍‌କୁ ପାକ୍‌ ନଷ୍ଟ କରିଥିବା କହିଥିଲା । କଥାରେ ଅଛି ଦିନରେ ତାରା ଦେଖାଇବା । ପାକିସ୍ତାନକୁ ଆମେ ଦିନରେ ତାରା ଦେଖାଇଛି । ସ୍ୱଦେଶୀ ନିର୍ମିତ ବ୍ରହ୍ମୋସ ମିସାଇଲ ତାହା କରି ଦେଖାଇଛି । ରାତିର ଅନ୍ଧାରରେ ଦିନରେ ତାରା ଦେଖିଛି ପାକିସ୍ତାନ । ମୁଁ ବିଶ୍ୱାସ କରେ କି ପାକିସ୍ତାନକୁ ଆର୍ଥିକ ସହାୟତା କୌଣସି ଟେରର ଫଣ୍ଡିଂଠୁ କମ୍ ନୁହେଁ ।  ଭାରତ ଏହା ଚାହିଁବ କି ଆଇଏମ୍ଏଫ୍ ପାକିସ୍ତାନକୁ ଦେବାକୁ ଥିବା ବିଲିୟନ ଡଲାର ଉପରେ ପୁନଃବିଚାର କରୁ । ଆଗକୁ ମଧ୍ୟ କିଛି ସହାୟତା ଦେବାକୁ ହେଲେ IMF ତାହା ଉପରେ ବିଚାର କରୁ ।''

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ''ଲୋକେ ଖାଇବା ପାଇଁ ଯେତିକି ସମୟ ନେଇଥାନ୍ତି ଆମ ସେନା ଶତ୍ରୁର ମୂଳପୋଛ କରିଦେଲେ । ଶତ୍ରୁର ମାଟିରେ ଆମ ସେନା ମିସାଇଲ ପକାଇଛନ୍ତି । ତାର ଶଦ୍ଦ କେବଳ ପାକିସ୍ତାନ ନୁହେଁ  ସାରା ବିଶ୍ୱ ଶୁଣିଛି । ପାକିସ୍ତାନକୁ ଆମେ ପରୀକ୍ଷାରେ ରଖିଛୁ । ଯଦି ତାର ଆଚରଣରେ ଉନ୍ନତୀ ନ ଆସେ ତେବେ ପାକ୍‌କୁ କଠୋରତମ ଦଣ୍ଡ ଦିଆଯିବ । ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଅପରେସନ୍ ସିନ୍ଦୂର ବନ୍ଦ ହୋଇନାହିଁ ଜାରି ରହିଛି । ସେମାନେ ଟ୍ରେଲର ଦେଖିଛନ୍ତି ପୁରା ଫିଲ୍ମ ଦେଖିବେ ।''



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.