ପ୍ରମୂଖ ଖବର
  • ସୁପର-୮ ମୁକାବିଲା: ବାଂଲାଦେଶକୁ ୫୦ ରନରେ ହରାଇଲା ଭାରତ
  • ||
  • ପରୀକ୍ଷା ହେବାର ଗୋଟିଏ ଦିନ ପୂର୍ବରୁ NEET-PG ଏଣ୍ଟ୍ରାସ୍ ସ୍ଥଗିତ
  • ||
  • ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀବଳଦେବଜିଉ ମନ୍ଦିରରେ କରିବେ ପୂଜାର୍ଚ୍ଚନା
  • ||
  • ଓଟିଇଟି-୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ: ଅଗଷ୍ଟ ୯ରେ ପରୀକ୍ଷା, ଜୁନ୍ ୨୪ରୁ ଆବେଦନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ ବାଂଲାଦେଶକୁ ଭେଟିବ ଭାରତ, ରୋହିତ, କୋହଲିଙ୍କ ପାଇଁ ସ୍ପିନ୍‌ ପରୀକ୍ଷା
  • ||
  • ରାଜ୍ୟର ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷିପାରେ, ୨୭ରେ ଲଘୁଚାପ
  • ||
  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର​‌ରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା. ୬୮ ଫ୍ଲାଟୁନ୍ ଫୋର୍ସ ମୁତୟନ
  • ||
  • ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା , ରତ୍ନସିଂହାନରୁ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜିଉ
  • ||

ଭଡ଼ା ଘରୁ ସେକ୍ସ ରାକେଟ ଠାବ, କିଙ୍ଗପିନ୍ ସହ ୨ ମହିଳା ଉଦ୍ଧାର

ଅନୁଗୁଳ,୩୧/୩: ଅନୁଗୁଳ ସହର ତୁରଙ୍ଗ ଦୁର୍ଗା ବିହାରରୁ ପୁଲିସ ଏକ ସେକ୍ସ ରାକେଟ ଠାବ କରିଛି। ରାଣୀ ମହୁମାଛି ସହ ୨ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ୨ ଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି। ଭଡାଘରେ ଏହି ରାକେଟ ଚାଲିଥିଲା। ଗୁରୁବାର ରାତିରେ ପୁଲିସ ଚଢଉ କରିଥିଲା। ଚଢଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସୂଚନା ମୁତାବକ, ସହର ତୁରଙ୍ଗ ଦୁର୍ଗା ବିହାରରୁ ବହୁ ଦିନ ଧରି ଭଡ଼ା ଘରେ ଦେହ ବେପାର ଚାଲୁଥିଲା। ଏନେଇ ପୋଲିସକୁ ଅଭିଯୋଗ ହେବା ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୋଲିସ। ଗତକାଲି ରାତି ହଠାତ୍ ସେକ୍ସ ରାକେଟ୍ ଚାଲୁଥିବା ଘରେ ପୋଲିିସ ଚଢ଼ାଉ କରିଥିଲା। ଚଢ଼ଉ ବେଳେ ରାଣୀ ମହୁମାଛି ସହ ୨ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏଥି ସହିତ ୨ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ। ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛିି। ପୋଲିସ ସେମାନଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରୀ ମାଇନା କରି ଅଧିକ ତଦନ୍ତ ଚଳାଇଛନ୍ତି। କେବେଠାରୁ ଏହି ରାକେଟ ଚାଲିଛି,ଆଉ କିଏ କିଏ ଏହି ମାମଲାରେ ସଂପୃକ୍ତ ରହିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ ଭିନ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.