ବାଳିକା ହଷ୍ଟେଲରେ ଭୟାଭୟ ଅଗିକାଣ୍ଡ; ୬ଜଣ ବେହୋସ୍, ଅଳ୍ପକେ ବର୍ତ୍ତିଲେ ୫୦ଜଣ ଛାତ୍ରୀ

ନୂଆଦିଳ୍ଲୀ ୨୯ା୫: ଦିଲ୍ଳୀ ଜନକପୁରୀରେ ଥିବା କାବେରୀ ହଷ୍ଟେଲରେ ଲାଗିଛି ନିଆଁ। ଏଥିରେ ୬ଜଣ ଝିଅ ବେହୋସ୍ ହୋଇଯାଇଥିବାବେଳେ ୫୦ଜଣ ଝିଅଙ୍କୁ ସୁରକ୍ଷିତ ଭାବେ ହଷ୍ଟେଲରୁ ବାହାର କରାଯାଇଛି ବୋଲି ସୂଚନା ମିଳିଛି।

ମିଳିଥିବା ଖବର ଅନୁସାରେ, ନିଜ ଜୀବନ ବଞ୍ଚାଇବା ପାଇଁ ଜଣେ ଝିଅ ଛାତ ଉପରୁ ଡେଇଁପଡ଼ିଥିଲା। ସକାଳ ପ୍ରାୟ ୩ଟା ସମୟରେ ହଷ୍ଟେଲର ବେସମେଣ୍ଟର ଇଲେକ୍ଟ୍ରିକ୍ ପ୍ୟାନେଲରେ ନିଆଁ ଲାଗିଥିଲା। ଧିରେ ଧିରେ ପାଖାପାଖି ଏଣିଆକୁ ନିଆଁ ମାଡ଼ି ଯାଇଥିଲା।

ଖବର ମିଳିବା ପରେ ପ୍ରଶାସନ ଓ ଦମକଳ ଗାଁ ପହଞ୍ଚି ନିଆଁକୁ କାବୁ କରିଥିଲା। ବର୍ତ୍ତମାନ ଏହି ୬ଜଣ ଝିଅ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ପୂର୍ବରୁ ସୁରଟର ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଯେଉଁଥିରେ ୨୦ଜଣ ଛାତ୍ରଛାତ୍ରୀ ଜଳି ଯାଇଥିଲେ। କିଛି ସମୟରେ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।