PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଏମ୍ସର ଆଉ ଜଣେ ଡାକ୍ତରଙ୍କ ଆତ୍ମହତ୍ୟା, ଘରୁ ଗଳିତ ମୃତଦେହ ଉଦ୍ଧାର

https://nenow.in/

ନୂଆଦିଲ୍ଲୀ,୧୪।୮: ଏମ୍ସର ଆଉ ଜଣେ ଡାକ୍ତର ଫାଶୀ ଲଗାଇ କରିଛନ୍ତି ଆତ୍ମହତ୍ୟା। ପୋଲିସକୁ ଡାକ୍ତରଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଛି। ମୃତଦେହ ଦେଖି ପୋଲିସ ସନ୍ଦେହ କରୁଛି ଦୁଇ-ତିନି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଛି।

ପୋଲିସର କହିବା ଅନୁସାରେ, ହୋଜ୍ ଖାସ୍ ପୋଲିସ ଷ୍ଟେସନକୁ ୩ଟା୧୦ ମିନିଟ ସମୟରେ ପିସିଆର କଲ ଆସିଥିଲା,ଯାହାର ସୂଚନା ଆସିଥିଲା ଯେ, ଗୌତମ ନଗରର ଏକ ଘରୁ ଦୁର୍ଗନ୍ଧ ବାହାରୁଛି। ପୋଲିସ ଯେତେବେଳେ ସେଠାରେ ପହଁଞ୍ଚିଥିଲା ସେଠାରେ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ବନ୍ଦ ଘର ଭିତରୁ ରଶିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ମୃତକ ଜଣକ ହେଉଛନ୍ତି ୪୦ ବର୍ଷୀୟ ଡାକ୍ତର ମୋହିତ ସିଙ୍ଘଲା, ଯିଏକି ରିମ୍ସର ଶିଶୁରୋଗ ବିଭାଗରେ ୧୧ ଅଗଷ୍ଟ ପର୍ଯ୍ୟନ୍ତ କାମ କରୁଥିଲେ। ସେ ପଞ୍ଚକୁଲା, ଚଣ୍ଡୀଗଡର ସ୍ଥାନୀୟ ନିବାସୀ ଅଟନ୍ତି ଓ ଏହି ରୁମରେ ୨୦୦୬ରୁ ରହୁଥିଲେ। ପୋଲିସ ମାମଲା ରୁଜୁ କରି ସିଆରପିସି ଧାରା ୧୭୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି।