ନୂଆଦିଲ୍ଲୀ,୧୨।୧:  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳର ଜୋରଦାର ପ୍ରସ୍ତୁତି। କଂଗ୍ରେସ ଆଜି ନିଜର ତୃତୀୟ ଗ୍ୟାରେଣ୍ଟି ଘୋଷଣା କରିଛି। ଏହି ଘୋଷଣା ଯୁବକଙ୍କ ପାଇଁ ରହିଛି। ଏହାର ନାଁ ‘ଯୁବ ଉଡାଣ ଯୋଜନା’ ରହିଛି। କଂଗ୍ରେସ ଘୋଷଣା କରିଛି ଯେ, ସେ ସରକାର ଗଠନ ହେଲେ ଯୁବପୀଢିଙ୍କୁ ଆପ୍ରେଣ୍ଟିସିପ୍ ଭାବରେ ପ୍ରତି ମାସ ୮୫୦୦ ଟଙ୍କା ଦେବ। ଏହାର ଘୋଷଣା ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍ ଓ କଂଗ୍ରେସ ନେତା ସଚିନ ପାଇଲଟ୍ ରାଜଧାନୀ ଦିଲ୍ଲୀରେ କରିଛନ୍ତି।

ସଚିନ କହିଛନ୍ତି, ୫ ତାରିଖରେ ଦିଲ୍ଲୀର ଲୋକ ଏକ ନୂଆ ସରକାର ଚୟନ କରିବାକୁ ଯାଉଛନ୍ତି। କଂଗ୍ରେସ ପାର୍ଟିର ସମସ୍ତ ନେତା, କର୍ମୀ ନିଜର ଦାୟିତ୍ବ ଗ୍ରହଣ କରୁଛନ୍ତି। ଇଗୋ କ୍ଲାସରେ ଦିଲ୍ଲୀ ଲୋକଙ୍କର କ୍ଷତି ହୋଇଛି। କିଏ କ’ଣ କହିଲେ ଓ କିଏ କ’ଣ କଲେ ତାହା ଜନତା ଠିକ୍ ଜାଣନ୍ତି। ଦିଲ୍ଲୀରେ ରହୁଥିବା ଆମର ସାଥି ଯେଉଁମାନେ ଶିକ୍ଷିତ, ତାଙ୍କ ପାଇଁ ସରକାରଙ୍କ କିଛି ଦାୟିତ୍ବ ରହିଛି।

ପାଇଲଟ୍ କହିଛନ୍ତି, ଦିଲ୍ଲୀର ଯେଉଁମାନେ ଯୁବପୀଢି ଶିକ୍ଷିତ ଅଛନ୍ତି,ପୁଅ କିମ୍ବା ଝିଅ। ପ୍ରତ୍ୟେକ ଶିକ୍ଷିତ ବେରୋଜଗାର ଲୋକଙ୍କୁ ଆମେ ପ୍ରତି ମାସ ୮୫୦୦ ଟଙ୍କା ଦେବୁ। ଯୁବ ଉଡାଣ ଯୋଜନା ଅନୁସାରେ, ଯୁବପୀଢିଙ୍କୁ ୧ ବର୍ଷର ଆପ୍ରେଣ୍ଟିସିପ୍, ପ୍ରତି ମାସରେ ବେରୋଜଗାର ଯୁବକ-ଯୁବତୀଙ୍କୁ ୮୫୦୦ ଟଙ୍କା ମିଳିବ।