ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦିଲ୍ଲୀ ନିର୍ବାଚନ ପାଇଁ ଆପ୍‌ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ବିଜେପି ଓ କଂଗ୍ରେସରୁ ଆସିଥିବା ୬ ନେତାଙ୍କୁ ଟିକେଟ୍‌

Published By : Tapas Panda | November 21, 2024 6:30 PM

Image Courtesy: hindustantimes

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ (୨୦୨୫) ଆରମ୍ଭରୁ ହୋଇପାରେ । ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇନାହିଁ। କିନ୍ତୁ ଆମ ଆଦମୀ ପାର୍ଟି (ଆପ୍‌) ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାଁ ସାମିଲ କରିଛି ଆପ୍‌ । ସବୁଠୁ ବଡ଼ କଥା ହେଉଛି, ଏହି ପ୍ରାର୍ଥୀ ତାଲିକାରେ ୧୧ ଜଣଙ୍କ ମଧ୍ୟରୁ ୬ ଜଣ ଦଳଡିଆଁ ନେତା ଅଛନ୍ତି । କିଏ ବିଜେପିରୁ ତ କିଏ କଂଗ୍ରେସରୁ ଆସି ଆପ୍‌ରେ ଯୋଗ ଦେଇଛନ୍ତି । ଆପରେ ସାମିଲ ହେବାକୁ ଦିନ କେଇଟା ବିତିନଥିବା ବେଳେ ସେମାନଙ୍କୁ ଟିକେଟ୍‌ ଦେଇଛି ଦଳ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।  

ବ୍ରହ୍ମା ସିଂ ତନଓ୍ବାରଙ୍କୁ ଦଳ ଛତରପୁରରୁ ପ୍ରାର୍ଥୀ କରିଛି । ୨୦୧୫ ଏବଂ ୨୦୨୦ ବିଧାନସଭା ନିର୍ବାଚନ‌ରେ ତନଓ୍ବାର ଛତରପୁରରୁ ବିଜେପି ପ୍ରାର୍ଥୀ ହୋଇଥିଲେ ।  ସେ ଦୁଇ ଦୁଇଥର ପରାସ୍ତ ହୋଇଥିଲେ । ଚଳିତ ବର୍ଷ ଅକ୍ଟୋବର ୩୧ରେ ସେ ବିଜେପି ଛାଡ଼ି ଆପ୍‌ରେ ସାମିଲ ହୋଇଥିଲେ । ତାଙ୍କ ବ୍ୟତୀତ ଦୀପକ ସିଂହଲା ବିଶ୍ବାସ ନଗରରୁ ପ୍ରାର୍ଥୀ ହୋଇଥିବା ବେଳେ ସରିତା ସିଂହ ରୋହତାସ ନଗରରୁ ଆପ୍‌ ଟକେଟ୍‌ରେ ନିର୍ବାଚନ ଲଢ଼ିବେ । 

ସେହିଭଳି ବିବି ତ୍ୟାଗୀ ଲକ୍ଷ୍ମୀ ନଗର, ରାମ ସିଂହ ନେତାଜୀ ବଦରପୁର, ଜୁବୈର ଚୌଧୁରୀ ସିଲମପୁର ଏବଂ ବୀର ସିଂହ ସୀମାପୁରରୁ ପ୍ରାର୍ଥୀ ହୋଇଛନ୍ତି ।  ଗୌରବ ଶର୍ମା ଘୋଣ୍ଡାରୁ, ମନୋଜ ତ୍ୟାଗୀ କରଓ୍ବାଲ ଆସନରୁ ଲଢ଼ିବାକୁ ଥିବା ବେଳେ ସୋମେଶ ଶୌକିନ ମାଟିୟାଲାରୁ ପ୍ରାର୍ଥୀ ହୋଇଛନ୍ତି ।  ତେବେ ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ଦଳଡିଆ ନେତା । 

ସୋମେଶ ଶୌକିନ୍‌ କଂଗ୍ରେସ ଛାଡ଼ି ନଭେମ୍ବର ୧୮ରେ ଆପ୍‌ରେ ଯୋଗ ଦେଇଥିଲେ । ଅନୀଲ ଝା ବିଜେପିରୁ ଇସ୍ତଫା ଦେଇ ନଭେମ୍ବର ୧୭ରେ ଆପ୍‌ରେ ସାମିଲ ହୋଇଥିଲେ । ସେହିଭଳି ବୀର ସିଂହ ଏବଂ ଜୁବୈର ଚୌଧୁରୀ କଂଗ୍ରେସ ଛାଡ଼ି ଆପ୍‌ରେ ସାମିଲ ହୋଇଥିବା ବେଳେ ବିବି ତ୍ୟାଗୀ ନଭେମ୍ବର ୪ରେ ବିଜେପି ଛାଡ଼ି ଆପ୍‌ରେ ଯୋଗ ଦେଇଥିଲେ । ଏବେ ଦଳ ଡିଆଁ ନେତାଙ୍କୁ ଆଗାମୀ ନିର୍ବାଚନ ଲାଗି ପ୍ରାର୍ଥୀ କରାଇଥିବାରୁ ଆପ୍‌କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ ନେତା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.