ନୂଆଦିଲ୍ଲୀ: ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଋଷଭ ପନ୍ତ ଲକ୍ଷ୍ନୌ ଛାଡ଼ି ପୁରୁଣା ଦଳକୁ ଫେରିଛନ୍ତି । କୁଲଦୀପ ଦିଲ୍ଲୀରୁ ଲକ୍ଷ୍ନୌ ଯାଇଥିବାବେଳେ ଦିଲ୍ଲୀକୁ ଫେରିଛନ୍ତି ପନ୍ତ । ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସଫଳ ହୋଇଛି । ଦାମୀ ଖେଳାଳିଭାବେ ପନ୍ତ କିଣା ହେବା ପରେ କିନ୍ତୁ ପ୍ରଦର୍ଶନକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପ୍ରଥମେ ଅଧିନାୟକ ପଦ ଛାଡ଼ିଲେ ଆଉ ଶେଷରେ ଦଳକୁ ମଧ୍ୟ ଛାଡ଼ିଛନ୍ତି ।

୨୦୧୬ ଆଇପିଏଲରେ ଡେବ୍ୟୁ କରିଥିଲେ ପନ୍ତ । ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ । ୨୦୨୫ ଏବଂ ୨୦୨୬ ସିଜିନରେ ଲକ୍ଷ୍ନୌ ପକ୍ଷରୁ ଖେଳିଥିଲେ ଏବଂ ବିଫଳ ହୋଇଥିଲେ । ତାଙ୍କ ଅଧିନାୟକତ୍ବରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କାରଣରୁ ସମାଲୋଚିତ ହୋଇଥିଲେ । ୨୭ କୋଟିରେ ଲକ୍ଷ୍ନୌ ତାଙ୍କୁ ଦଳରେ ସାମିଲ କରିଥିଲା । ଏବେ ୧୨ କୋଟି କ୍ଷତି ସହି ୧୫ କୋଟିରେ ପୁଣି ଦିଲ୍ଲୀକୁ ଫେରିଛନ୍ତି ପନ୍ତ । ଏବେ ପ୍ରଶ୍ନ ଉଠିଛି କି, ପନ୍ତ ଦିଲ୍ଲୀକୁ ଫେରିବା ପରେ କ୍ୟାରିୟରରେ କିଛି ପରିବର୍ତ୍ତନ ହେବ କି ?

ପୂର୍ବରୁ ଅନ୍ୟ ଦଳରେ ବିଫଳ ହୋଇଥିବା ଖେଳାଳି ପୁଣି ଦିଲ୍ଲୀକୁ ଫେରିବା ପରେ ନିଜର ପ୍ରଦର୍ଶନ ଦୃଢ଼ କରିଛନ୍ତି । ଯାହାର ଉଦାହରଣ ହେଉଛନ୍ତି ଶିଖର ଧାଓ୍ବନ । ଯିଏକି, ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ସମୟରେ ଧିର ବ୍ୟାଟିଂ ପାଇଁ ସମାଲୋଚିତ ହୋଇଥିଲେ । ମାତ୍ର ଯେତେବେଳେ ୨୦୧୯ରେ ପୁଣି ଦିଲ୍ଲୀକୁ ଫେରିଥିଲେ ଆଉ ଦୁଇଟି ସିଜିନରେ ସେ ୫୨୧ ଏବଂ ୬୧୮ ସଂଗ୍ରହ କରିବାରେ ସଫଳ ହୋଇଥିଲେ ।

ସେହିପରି ଲକ୍ଷ୍ନୌ ପାଇଁ ସ୍କୋର କରୁଥିଲେ ସୁଦ୍ଧା ଧିମା ବ୍ୟାଟିଂ ପାଇଁ ସମାଲୋଚିତ ହେଉଥିଲେ କେ.ଏଲ. ରାହୁଲ । ମାତ୍ର ସେ ଦିଲ୍ଲୀକୁ ଆସିବା ପରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ବଡ଼ ସ୍କୋର କରିଥିବା ରାହୁଲଙ୍କ ଭାଗ୍ୟ ବଦଳିଥିବାବେଳେ ଆଶା କରାଯାଉଛି କି, ପନ୍ତ ଫେରିବା ପରେ ତାଙ୍କ ଭାଗ୍ୟ ମଧ୍ୟ ଦିଲ୍ଲୀରେ ଚମକିବ ।

ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କୁ ମିଳିବ ସ୍ବତନ୍ତ୍ର ଡ୍ରେସିଂରୁମ୍, ଜାଣନ୍ତୁ ଏହା ପଛର କାରଣ ?