ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ରେ ମ୍ୟାଚ୍ ଖେଳିବେ । ୧୫ ବର୍ଷୀୟ ବୈଭବ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଏହାପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି କି, ଟିମ୍ ଇଣ୍ଡିଆ ଡ୍ରେସିଂରୁମ୍ ନୁହେଁ ବରଂ ସ୍ବତନ୍ତ୍ର ରୁମ ପାଇବେ ବୈଭବ । ନିଜର ପୋଷାକ ବଦଳାଇବା ପାଇଁ ବୈଭବଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଥିବା ସମ୍ପର୍କରେ ପ୍ରକାଶ ପାଇଛି । ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଏକ ନିୟମ ଯୋଗୁଁ ବୈଭବଙ୍କୁ ଅଲଗା ରୁମ୍ ମିଳିବ ।
ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡର ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସ୍କ ଖେଳାଳିମାନେ ବୟସ୍କଙ୍କ ଡ୍ରେସିଂରୁମ ବ୍ୟବହାର କରିପାରିବେ ନାହିଁ । ଯେଉଁ କାରଣରୁ ଇଂଲଣ୍ଡରେ ବୈଭବଙ୍କୁ ତାଙ୍କ ପିତାମାତାଙ୍କ ସହ ରହିବା ପାଇଁ ସୁଯୋଗ ମିଳିବ । ଏହାସହ ଡ୍ରେସିଂରୁମରେ ମଧ୍ୟ ତାଙ୍କ ପିତାମାତ ତାଙ୍କ ସହ ରହିବେ । ତେବେ ବୈଭବ କେବଳ ଟିମ୍ ମିଂଟି ଏବଂ ମ୍ୟାଚ ସମୟରେ ଟିମ୍ ରହିବାର ଅନୁମତି ରହିଛି ।
ଆୟାର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ସୁଯୋଗ ମିଳିପାରେ କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ । ତେବେ ସେ ଟିମରେ ସ୍ଥାନ ପାଇବା ପରଠାରୁ ଏହା ଇଂଲଣ୍ଡରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ଇଂଲଣ୍ଡର ଅନେକ ଅଭିଜ୍ଞ ଖେଳାଳିମାନେ ମଧ୍ୟ ବୈଭବଙ୍କ ବିସ୍ଫୋରଣ ସହ ତାଙ୍କ ଖେଳ ଦେଖିବା ପାଇଁ ଚାହୁଁଥିବା ସମ୍ପର୍କରେ ପ୍ରକାଶ କରିଛନ୍ତି ।
ଏହାସହ ପଢ଼ନ୍ତୁ : ୬ ଛକା, ୧୯ ଚୌକା: ବୈଭବଙ୍କ ଭଳି ବିସ୍ଫୋରକ ୧୬୮ ରନର ପାଳି ଖେଳିଲେ ସାନଭାଇ ଆଶୀର୍ବାଦ