ଝାରସୁଗୁଡା୨୩/୦୬: ବାଲିଯୋରୀ ନିକଟ ଟ୍ରେନ୍ ଟ୍ରାକ୍ରୁ ମିଳିଲା ସମାଜସେବୀ ତ୍ରିନାଥ ଗୁଆଲଙ୍କ ମୃତଦେହ। କ୍ଷକ୍ତାକ୍ତ ଅବସ୍ଥାରେ ଉଦ୍ଧାର କଲା ରେଳବାଇ ପୁଲିସ। ଘଟଣା ସ୍ଥଳରେ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ତେବେ ମୃତଦେହ ନିକଟରୁ ଏକ ହାତଲେଖା ସୁଇସାଇଡ୍  ନୋଟ ମିଳିଛି। ସେଥିରେ 'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି' ବୋଲି ଲେଖା ରହିଛି।

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ଜଣାଶୁଣା ସମାସେବୀ ତ୍ରିନାଥ ଗୁଆଲ ପୂର୍ବରୁ ଝାରସୁଗୁଡ଼ା ଓକିଲ ସଂଘର ସଭାପତି, ବିଜେଡି ଜିଲ୍ଲା ସଭାପତି ସହ ଅନେକ ଗୁଡ଼ିଏ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେl ସ୍ୱର୍ଗତ କିଶୋର ମହାନ୍ତିଙ୍କ ଜଣେ ଘନିଷ୍ଠ ସହଯୋଗୀ ଗୁଆଲ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି। ପୁଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ :-  Vigilance raid : ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ଠୁଳ କରିଥିଲେ ଆୟଠୁ ଅଧିକା