ନୂଆଦିଲ୍ଲୀ : ହାରିଲା ବେଙ୍ଗାଲୁରୁ । ୬ ଓ୍ବିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧୭୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗୋଟିଏ ବଲ ବାକି ଥାଇ ଜିତି ନେଇଛି ଦିଲ୍ଲୀ । କେ.ଏଲ ରାହୁଲ ଏବଂ ଷ୍ଟବ୍ସଙ୍କ ଅର୍ଦ୍ଧଶତକ ବଳରେ ଦଳ ସଂଷର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ବେଙ୍ଗାଲୁରୁ ପକ୍ଷରୁ ଭୁବେନଶ୍ବର କୁମାର ୩ ଓ୍ବିକେଟ ନେଇଥିବାବେଳେ କୃନାଲ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

୧୭୬ ରନକୁ ପିଛା କରିବାକୁ ଯାଇ ଦିଲ୍ଲୀ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଓପନର ବ୍ୟାଟ୍ସମ୍ୟାନ ନିଶାଙ୍କା୧, କରୁଣ ନାୟାର ୫ ଏବଂ ସମୀର ରିଜଭି ୨ ରନ୍ କରି ଆଉଟ୍ ହୋଇଥିଲେ । ମାତ୍ର ରୋହୁଲ ଧର୍ଯ୍ୟର ସହ ଖେଳିଥିଲେ ଆଉ ୩୪ ବଲରୁ ୫୭ ରନ କରିପାରିଛନ୍ତି । ଭୁବନେଶ୍ବର କୁମାର ପ୍ରଥମରୁ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ିଥିଲେ । କିନ୍ତୁ ପରେ ଷ୍ଟବ୍ସ ୬୦, ଅକ୍ଷର ପଟେଲ ୨୬ ଏବଂ ମିଲର ୨୨ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ ।

ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍ ବିନିମୟରେ ୧୭୫ ରନ କରିଥିଲା RCB । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଦମଦାର ପାଳି ଆରମ୍ଭ କରିଥିବାବେଳେ ଶେଷ ସମୟରେ ଏହାକୁ ବିଶାଳ ସ୍କୋରରେ ପରିଣତ କରିପାରିନଥିଲା । ପ୍ରଥମରୁ ଅନୁମାନ କରାଯାଉଥିଲା କି, ୨୦୦ ଉପରେ କରିପାରେ ମାତ୍ର ୧୭୫ ରନରେ ସୀମିତ ରହିଛି ବେଙ୍ଗାଲୁରୁ ।

ବିରାଟ କୋହଲି ଏବଂ ଫିଲ ସଲ୍ଟ ପାଳି ଆରମ୍ଭ କରିଥିଲେ । ବିରାଟ ୧୩ ବଲରୁ ୧୯ ରନ କରିଥିବାବେଳେ ସଲ୍ଟ ୩୮ ବଲରୁ ୬୩ ରନ କରିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାଡିକଲ ୧୮, ପଟିଦାର ୮,ଟିମ୍ ଡେଭିଡ୍ ୨୬, ଜିତେଶ ଶର୍ମା ୧୪ ଏବଂ କୃନାଲ ପାଣ୍ଡ୍ୟା ୧୨ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ସେପଟେ ଦିଲ୍ଲୀର ବୋଲରମାନେ ଆଜିର ମ୍ୟାଚରେ କମାଲ କରିଛନ୍ତି । ଲୁଙ୍ଗି ନିଙ୍ଗଡ଼ି, କୁଲଦୀପ ଯାଦବ ଏବଂ ଅଧିନାୟକ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଏହାସହ ମୁକେଶ କୁମାର ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ତେବେ ଆଜିର ମ୍ୟାଚରେ ନଟରାଜନ ଓ୍ବିକେଟ୍ ଲେସ୍ ରହିଥିଲେ ।