ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣାର ଓଲଟା ଗଣତି ଆରମ୍ଭ ହୋଇ ସାରିଛି। ଆଗାମୀ ସପ୍ତାହର ଆରମ୍ଭରେ ହିଁ ବିଧାନସଭା ନିର୍ବାଚନର କାର୍ଯ୍ୟକ୍ରମର ଘୋଷଣା ହୋଇଯିବ। ଏହି ସମ୍ୱନ୍ଧରେ ନିର୍ବାଚନ ଆୟୋଗ ସୋମବାର ସାମ୍ୱାଦିକ ସମ୍ମିଳନୀ କରି ପାରନ୍ତି। ନିର୍ବାଚନ ଆୟୋଗରେ ଉଚ୍ଚ ପଦସ୍ଥ ସୂତ୍ର ମୁତାବିକ, ୧୨ରୁ ୧୪ ଫେବ୍ରୁଆରୀ ମଧ୍ୟରେ ମତଦାନ ହେବାର ଆଶା ରହିଛି ଏବଂ ୧୭ ଫ୍ରେବୁଆରୀ ସୁଦ୍ଧା ଫଳାଫଳ ଘୋଷଣା କରାଯାଇ ପାରେ।
ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୩ ଫେବ୍ରୁଆରୀରେ ପୂରା ହୋଇଯିବ। ଏହା ପୂର୍ବରୁ ନୂଆ ବିଧାନସଭାର ଗଠନ ହେବାର ଆବଶ୍ୟକ ରହିଛି। ଅର୍ଥାତ୍ ୨୩ ଫେବ୍ରୁଆରୀ ପୂର୍ବରୁ ହିଁ ନିର୍ବାଚନ ଆୟୋଗ ଉପରାଜ୍ୟପାଳଙ୍କୁ ନବ ନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରିବ। ବିଧାନସଭାରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ୨୩ ଫେବ୍ରୁଆରୀ ବା ଏହା ପୂର୍ବରୁ ହୋଇଯିବ।
ନିର୍ବାଚନ ଆୟୋଗର ସୂତ୍ର ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ୬ ଜାନୁଆରୀ ଯାଏ ମତଦାନ ତାଲିକାର ପ୍ରକାଶନ କରିଦିଆ ଯିବ। ସିଇଓ ଅଫିସର ସୂତ୍ରାନୁସାରେ ମତଦାନ ତାଲିକାର ସ୍ପେଶାଲ ସମରୀ ରିଭିଜନ ଅର୍ଥାତ୍ ପୁନଃ ନିରୀକ୍ଷଣର କାମ ହୋଇ ସାରିଛି। ନୂଆ ମତଦାତା ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣାକୁ ୧୦ ଦିନ ଯାଏ ନିଜ ନାଁ ମତଦାତା ତାଲିକାରେ ରୁଜୁ କରାଇ ପାରନ୍ତି। ଭୋଟର ଲିଷ୍ଟ ବିବାଦକୁ ନେଇ ନିଜର ସଫେଇରେ ଆୟୋଗର ଦିଲ୍ଲୀ ବିଭାଗ କହିଥିଲେ କି, ୬ ଜାନୁୟାରୀ ସୁଦ୍ଧା ଫାଇନାଲ ଭୋଟର ଲିଷ୍ଟ ଜାରି କରି ଦିଆ ଯିବ।