ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଖରାପ ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଆଜି (ରବିବାର) GRAP ର ଷ୍ଟେଜ୍ -4 ଲାଗୁ କରାଯାଇଛି । ଏହା ଅଧୀନରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ଅତ୍ୟାବଶ୍ୟକ ସେବା ଯୋଗାଉଥିବା ତଥା ସମସ୍ତ ସିଏନଜି କିମ୍ବା ବୈଦ୍ୟୁତିକ ଟ୍ରକ୍ ବ୍ୟତୀତ ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଏହା ସହିତ, CNG କିମ୍ବା BS-VI ଡିଜେଲ ଯାନ ବ୍ୟତୀତ ଦିଲ୍ଲୀ ବାହାରେ ପଞ୍ଜୀକୃତ ହାଲୁକା ବାଣିଜ୍ୟିକ ଯାନଗୁଡ଼ିକୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଗାଡି ବ୍ୟତୀତ ଦିଲ୍ଲୀରେ ପଞ୍ଜୀକୃତ ଡିଜେଲ ଯାନ, ମଧ୍ୟମ ଏବଂ ଭାରୀ ସାମଗ୍ରୀ ଯାନ (MGVS ଏବଂ HGVS) ଉପରେ ମଧ୍ୟ ନିଷେଧାଦେଶ ରହିବ।
ପ୍ରାଥମିକ ବିଦ୍ୟାଳୟ ବ୍ୟତୀତ ଷଷ୍ଠ ଶ୍ରେଣୀରୁ ଅଧିକ ବିଦ୍ୟାଳୟ ଗୁଡିକ ବନ୍ଦ କରିବାର ନିଷ୍ପତ୍ତି ମଧ୍ୟ ସମ୍ଭବ । ଦିଲ୍ଲୀ ଏବଂ ରାଜ୍ୟ ସରକାର ନେଇପାରିବେ ଅନ୍ ଲାଇନ୍ କ୍ଲାସ ଉପରେ ମଧ୍ୟ ନିଷ୍ପତ୍ତି ନେଇ ପାରନ୍ତି । ଏଥି ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ପାଇଁ ଘରୁ କାମ କରିବାକୁ ନିଷ୍ପତ୍ତି ନେଇପାରିବେ ।