PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଜନସଂଖ୍ୟା ନିୟନ୍ତ୍ରଣ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ ୨୯।୫: ଜନସଂଖ୍ୟା ନିୟନ୍ତ୍ରଣ, ସରକାରୀ ଚାକିରି, ସୁବିଧା ଏବଂ ସବସିଡି ପାଇଁ ଅତି କମରେ ଦୁଇଟି ସନ୍ତାନର ନିୟମକୁ ଲାଗୁ କରିବା ପାଇଁ ସମ୍ବିଧାନ ସମୀକ୍ଷା ପାଇଁ ଗଠିତ ଜାତୀୟ ଆୟୋଗ (ଏନସିଆରଡବ୍ଲୁସି) ର ପ୍ରସ୍ତାବକୁ ଲାଗୁ କରିବା ପାଇଁ ଆବେଦନ ଉପରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଠାରୁ ଜବାବ୍ ମାଗିଛି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ରାଜେନ୍ଦ୍ର ମେନନ ଏବଂ ଜଷ୍ଟିସ୍ ବ୍ରଜେଶ ସେଠିଙ୍କ ଖଣ୍ଡପୀଠ କେନ୍ଦ୍ରକୁ ଚିଠି ପଠାଇଛନ୍ତି।  ମାମଲାର ଶୁଣାଣି ଆସନ୍ତା ଡିସେମ୍ବର ୩କୁ ସ୍ଥିର କରାଯାଇଛି।

ଅଦାଲତ ଅଧିବକ୍ତା ଅଶ୍ବିନୀ କୁମାର ଉପାଧ୍ୟେୟ ଦ୍ବାରା ଦାୟର ହୋଇଥିବା ଜନହିତ ୟାଚିକାରେ ଶୁଣାଣି କରିଥିଲେ। ଯେଉଁଥିରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏନସିଆରଡବ୍ଲୁସି ର ୨୪ବି ଅନୁଶଂସାକୁ ଲାଗୁ କରିବା ପାଇଁ ସମ୍ଭାବନାକୁ ଜାଣିବା ପାଇଁ କେନ୍ଦ୍ରକୁ ନିର୍ଦେଶ ଦେବା ପାଇଁ କୁହାଯାଇଛି।

ଉପାଧ୍ୟେୟ ନିଜ ଆବେଦନରେ କହିଛନ୍ତି କି, ସ୍ବାସ୍ଥ୍ୟ, ଶାନ୍ତପୂର୍ଣ୍ଣ ନିଦ, ଆଶ୍ରୟ, ଜିବିକା ଏବଂ ଶିକ୍ଷାର ଅଧିକାର ପ୍ରଭାବୀ ଜନସଂଖ୍ୟା ନିୟନ୍ତ୍ରଣ ବିନା ସୁନିଶ୍ଚିତ ହୋଇ ହୋଇପାରିବ ନାହିଁ। ଆବେଦନ କର୍ତ୍ତା କହିଛନ୍ତି, ଭୋଟର ଅଧିକାର, ନିର୍ବାଚନ ଲଢ଼ିବା ଏବଂ ସମ୍ପତ୍ତି ଅର୍ଜିତ କରିବାର ଅଧିକାର ଫେରସ୍ତ କରିବାକୁ ଦାବି କରିଛନ୍ତି କି ସରକାର ଏନସିଆରଡବ୍ଲୁସିର ପ୍ରସ୍ତାବକୁ ଲାଗୁ କରିନାହାନ୍ତି।

ଅଦାଲତ ଠାରୁ ବିଧି ଆୟୋଗକୁ ବି ତିନି ମାସ ଭିତରେ ଜନସଂଖ୍ୟା ଆଧାରରେ ଏକ ବ୍ୟାପକ ରିପୋର୍ଟ ଦାଖିଲ କରିବାକୁ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି କି, ଭାରତରେ କୃଷି ଭୂମି ଦୁନିଆଁରେ ମାତ୍ର ଦୁଇ ପ୍ରତିଶତ ଅଛି ଏବଂ ଜନସଂଖ୍ୟା ୨୦ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର