PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଅବକାରୀ ନୀତି ମାମଲାରେ ୧୪ ଦିନ ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି, ୧ ଜୁନ୍ ପର୍ଯ୍ୟନ୍ତ ତିହାରରେ ରହିବେ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଅଡୁଆ କମିବାର ନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା, କିନ୍ତୁ କିନ୍ତୁ କୋର୍ଟରେ ହାଜର ହେବା ପରେ ତାଙ୍କ ନ୍ୟାୟିକ ହେପାଜତ ଅବଧି. ପୁଣି ଥରେ ବୃଦ୍ଧି କରାଯାଇଛି।  ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ଆପ୍ ନେତା ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ ତିହାର ଜେଲ୍‌ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ସେ ପଢାପଢି ପାଇଁ ଚୌକି ଓ ଟେବଲ ଦିଆଯିବା ନେଇ ଯେଉଁ ଅନୁରୋଧ କରିଥିଲେ ତା ଉପରେ ବିଚାର କରାଯାଉ।

କୋର୍ଟ ଗତ ୩୧ ମାର୍ଚ୍ଚରେ ସିସୋଦିଆଙ୍କ ଜାମିନ୍ ଆବେଦନକୁ ଖାରଜ କରି କହିଥିଲେ, ସିସୋଦିଆ ଏହି ମାମଲାରେ ଅପରାଧିକ ଷଡଯନ୍ତ୍ରର ପ୍ରଥମ ସୁତ୍ରଧର ଥିଲେ ଓ ସେ ଦିଲ୍ଲୀ ସରକାରରେ ନିଜର ଓ ନିଜର ସହଯୋଗୀଙ୍କ ପାଇଁ ପ୍ରାୟ ୯୦-୧୦୦ କୋଟି ଟଙ୍କାର ଅଗ୍ରୀମ ଲାଞ୍ଚ ଦେବା ସମ୍ପର୍କିତ ଅପରାଧିକ ଷଡଯନ୍ତ୍ରରେ ‘ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ପ୍ରମୁଖ ଭୂମିକା’ ଗ୍ରହଣ କରିଥିଲେ। ଉଲ୍ଲେଖନୀୟ ଯେ, ସିବିଆଇ କଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ବହୁବାର ପଚରା ଉଚରା ପରେ ୨୬ ଫେବୃଆରୀରେ ଗିରଫ କରିଥିଲା। ସେ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି।

ସମ୍ବନ୍ଧିତ ଖବର