ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପେଟ୍ରୋଲ-ଡିଜେଲ ସଞ୍ଚୟ ଓ ୱାର୍କ ଫ୍ରମ୍‌ ହୋମର ଆହ୍ୱାନ ପରେ , ଦିଲ୍ଲୀ ସରକାର ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ସରକାରୀ ଅଫିସ ଗୁଡ଼ିକରେ ଦୁଇ ଦିନ ୱାର୍କ ଫ୍ରମ୍‌ (WFH) ରହିବ। ସେ ଘରୋଇ କମ୍ପାନୀ ଗୁଡ଼ିକରୁ ମଧ୍ୟ ଏହାକୁ ଲାଗୁ କରିବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲର ସଞ୍ଚୟ ପାଇଁ ସରକାରୀ ସ୍ତରରେ ପ୍ରତ୍ୟେକ ସପ୍ତାହରେ ଦୁଇ ଦିନ ୱାର୍କଫ୍ରମ୍‌ ହୋମ୍‌ ରହିବ। ଅନ୍ୟପଟେ, ଘରୋଇ କମ୍ପାନୀ କମ୍ପାନୀ ଗୁଡ଼ିକୁ ମଧ୍ୟ ଦୁଇ ଦିନ ୱାର୍କ ଫ୍ରମ୍ ହୋମ୍‌ କରାଯିବାକୁ କୁହାଯିବ। WFH ଦିନ ଗୁଡ଼ିକରେ ୧୦୦ ପ୍ରତିଶତ କର୍ମଚାରୀ ଘରୁ ନିଜର କାମ କରିବେ। ହେଲେ ଜରୁରୀକାଳୀନ ଓ ଆବଶ୍ୟକ ସେବାର ବିଭାଗ ଗୁଡ଼ିକୁ ଏଥିରୁ ଅଲଗା ରଖାଯିବ।

ସିଏମ୍‌ ଓ ମନ୍ତ୍ରୀଙ୍କ ଗାଡ଼ି ସଂଖ୍ୟାରେ କରାଯାଇ ଥିବା ହ୍ରାସର ଉଲ୍ଲେଖ କରି ରେଖା ଗୁପ୍ତା ସାର୍ବଜନିକ ପରିବହନର ଅଧିକ ବ୍ୟବହାର କରାଯିବା ନେଇ କହିଛନ୍ତି। ଅଧିକାରୀଙ୍କ ପେଟ୍ରୋଲରେ ୨୦ ପ୍ରତିଶତର ହ୍ରାସ କରାଯାଇଛି। ଏହା ବ୍ୟତୀତ ପ୍ରତ୍ୟେକ ସୋମବାର ‘ମଣ୍ଡେ ମେଟ୍ରୋ’ ଡେ ରହିବ ଏବଂ ମନ୍ତ୍ରୀ ଓ ଅଧିକାରୀ ଅଧିକରୁ ଅଧିକ ସଂଖ୍ୟାରେ ଏହାର ବ୍ୟବହାର କରିବେ।

ଆହୁରି ମଧ୍ୟ ପଢନ୍ତୁ : ସିଏମ୍ ହେବା କ୍ଷଣି ବିଜୟ ସରକାରୀ କର୍ମଚାରୀ ଓ ଶିକ୍ଷକଙ୍କୁ ଦେଲେ ଉପହାର , ବଢାଇଲେ ମହଙ୍ଗା ଭତ୍ତା

ଅଫିସ ଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟର ସମୟ ୧୦ରୁ ୭.୩୦ଟା ଯାଏ କାମ କରିବ। ନିଗମର ଅଫିସ ସକାଳ ୮.୩୦ ରୁ ସନ୍ଧ୍ୟା ୫.୩୦ଟା ଯାଏ ଚାଲିବ। ଦିଲ୍ଲୀରେ ଲୋକଙ୍କୁ ଅନୁରୋଧ ଯେ, ନୋ ଭାଇକଲ ଡେ ପାଳିବେ। ସରକାର ଆଗାମୀ ୬ ମାସ ଯାଏ କୌଣସି ଗାଡ଼ି କ୍ରୟ କରିବେ ନାହିଁ।  ୧ରୁ ୮ ଗ୍ରେଡ୍‌ ଯାଏ କର୍ମଚାରୀଙ୍କୁ ସରକାରଙ୍କ ଠାରୁ ୧୦ପ୍ରତିଶତ ଅତିରିକ୍ତ ଭତ୍ତା ଦିଆଯିବ , ଯଦି ୨୫ ପ୍ରତିଶତ ଭତ୍ତାର ଖର୍ଚ୍ଚ ସାର୍ବଜନିକ ପରିବହନ ଉପରେ କରିବେ।

୨୯ କଲୋନୀରେ ୫୮ଟି ବସ୍‌ ଲାଗିବ ,ଯାହା ସରକାରୀ କର୍ମଚାରୀଙ୍କୁ ତାଙ୍କ ଘରୁ ମେଟ୍ରୋ ଷ୍ଟେସନ ଯାଏ ପହଞ୍ଚାଇବାର କାମ କରିବ। ୫୦ ପ୍ରତିଶତ ବୈଠକ ଅନଲାଇନ କରାଯିବ , ବିଶ୍ୱବିଦ୍ୟାଳୟ ଓ କଲେଜରୁ ମଧ୍ୟ ଅନଲାଇନ ମୋଡ୍ ରେ ପଢାଇବାକୁ ଅନୁରୋଧ କରାଯିବ। କୋର୍ଟଙ୍କୁ ମଧ୍ୟ ଅନଲାଇନ ମାଧ୍ୟମରେ ଶୁଣାଣିର ଅପିଲ କରାଯାଇଛି।

ବିଦେଶ ଯିବେ ନାହିଁ ମନ୍ତ୍ରୀ-ଅଧିକାରୀ-

ରେଖା ଗୁପ୍ତା ସରକାର କହିଛନ୍ତି ଯେ, କୌଣସି ମନ୍ତ୍ରୀ କିମ୍ୱା ଅଧିକାରୀ ଆଗାମୀ ବର୍ଷେ ଯାଏ ବିଦେଶ ଯାତ୍ରା କରିବେ ନାହିଁ। ସବୁ କାର୍ଯ୍ୟକ୍ରମ ବିଦେଶ ଯିବାର ସ୍ଥଗିତ କରିଦିଆ ଯିବ। ଆଗାମୀ ୩ ମାସ ଯାଏ ବଡ଼ ଇଭେଣ୍ଟ ହେବ ନାହିଁ। ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ ପ୍ରୋଗ୍ରାମ କରାଯିବ ,ଯାହାକି ବାହାରର ଲୋକ ଏଠାକୁ ଆସି ପାରିବେ। ସବୁ ମଲ୍‌ ଆଦିରେ ମେକ୍ ଇନ ଇଣ୍ଡିଆର ପ୍ରଡକ୍ଟ ଉପଲବ୍ଧ ହେବ। ଦିଲ୍ଲୀ ସରକାର ଇଣ୍ଡିଆ ମେଡ୍‌ ପ୍ରଡକ୍ଟକୁ ହିଁ ପ୍ରାଥମିକତା ଦେବେ।

୯୦ ଦିନ ଯାଏ ଦିଲ୍ଲୀରେ ସଚେତନତା ଅଭିଯାନ ଚଲା ଯିବ। ଯେଉଁଥିରେ ଲୋକଙ୍କୁ ଇନ୍ଧନ ସଞ୍ଚୟ , ସାର୍ବଜନିକ ପରିବହନ ବ୍ୟବହାର କରିବା ପାଇଁ ଲୋକେ ଶପଥ ନେବେ।

ସରକାର କହିଛନ୍ତି ଯେ, ବିଦ୍ୟୁତର ଖର୍ଚ୍ଚକୁ ହ୍ରାସ କରିବାର ପ୍ରୟାସ କରାଯିବ। ସବୁ ଅଫିସରେ ୨୪ରୁ ୨୬ ଡିଗ୍ରୀରେ ଚଲାଯିବ। ସେପଟେ , ଅଫିସ ଗୁଡ଼ିକ ଖାଲି ହେବା କ୍ଷଣି ଲାଇଟ୍‌ ବନ୍ଦ କରିବାର ସ୍ୱିଚ୍‌ ଲଗାଯିବ , ଯାହାକି ବିଦ୍ୟୁତ୍‌ର ଅଯଥା ଖର୍ଚ୍ଚ ହେବ ନାହିଁ।