ନୂଆଦିଲ୍ଲୀ,୦୭/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ଦିଲ୍ଲୀ-ମେଟ୍ରୋର ୪ର୍ଥ  ପର୍ଯ୍ୟାୟ ୨୬.୪୬ କିମି ବିଶିଷ୍ଟ  ରିଥାଲା- କୁଣ୍ଡି କରିଡରରକୁ  ଅନୁମୋଦନ ପ୍ରଦାନ କରିଛନ୍ତି ।  ଏଥିରେ ୬୨୩୦ କୋଟି ଟଙ୍କା  ବିନିଯୋଗ କରାଯିବ । ଏଥିରେ ୨୧ଟି ଏଲିଭେଟେଡ୍‌ ଷ୍ଟେଶନ  ରହିବ । ଯାହା ଶହୀଦ ସ୍ଥଳ  (ନୂଆ ବସ୍‌ ଆଡା)ରୁ ରିଥାଲାକୁ  ଯୋଡିବ । ଏହା ନର୍ଥ ୱେଷ୍ଟର୍ଣ୍ଣ  ଦିଲ୍ଲୀ ହରିଆଣା ଯୋଗାଯୋଗ  ତ୍ୱରିତ ହେବ । କେନ୍ଦ୍ର ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି  ପ୍ରକଳ୍ପ କାର୍ଯ୍ୟ ୪ ବର୍ଷରେ ସାରିବାକୁ  ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା  ନରେଲା, ବୱାନା ଏବଂ ରୋହିଣୀ  ଭଳି ସ୍ଥାନ ଗୁଡିକର ଲୋକମାନେ  ଲାଭବାନ ହୋଇପରିବେ।