PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

କ୍ଷୀର କେନ ଧରି କ୍ଷୀର ବିକାଳି ଯାଉଥିଲା, ମାତ୍ର ସେଥିରେ ଥିଲା…ପୋଲିସ ଧରିବାରୁ ଖୋଲିଲା ସବୁ ରାଜ୍ !

ନୂଆଦିଲ୍ଲୀ ୨୬।୭: ଦିଳ୍ଲୀ ପୁଲିସ ଏମିତି ଜଣେ କ୍ଷୀର ବିକାଳୀକୁ ଗିରଫ କରିଛି ଯିଏ ରାତିରେ ନୁହେଁ ବରଂ ଦିନବେଳା ବିଚ୍ ରାସ୍ତାରେ କରୁଥିଲା ମଦ କାରାବାର। ଗତ କିଛି ମାସ ହେଲା କ୍ଷୀର ବିକାଳୀ ଜଣକ ଏଭଳି ମଦ ବେପାର କରୁଚାଲିଥିଲା ଯେ ଏ ସମ୍ପର୍କରେ କେବେ କାହାକୁ ସନ୍ଦେହ ବି ହୋଇନଥିଲା। ମାତ୍ର ଗୁପ୍ତ ସୂଚନା ମିଳିବା ପରେ ଏହି କ୍ଷୀର ବିକାଳୀକୁ ପୁଳିସ ଗିରଫ କରିଛି।

ହରିୟାଣାରେ କ୍ଷୀର ବିକାଳୀ ରୂପରେ ସେ ମଦ କାରବାର କରୁଥିଲା। କ୍ଷୀର କେନରେ ମଦ ଭର୍ତ୍ତି କରି ଆଣୁଥିଲା ଆଉ ବଡ଼ ସୁବିଧାରେ ସେ ସମସ୍ତଙ୍କ ସାମ୍ନାରେ ଯାଉଥିଲା। ଏହିଭଳି ସେ ପ୍ରତିଦିନ କରୁଥିଲା। ପୁଲିସ ଗୁପ୍ତ ସୂଚନା ପାଇବା ପରେ କିଛି ଦିନ ଧରି ସେହି କ୍ଷୀର ବିକାଳୀ ଉପରେ ନଜର ରଖିଥିଲା। ମୀଠାପୁର ପାଖରେ ଥିବା ଆଗରା କେନାଲ ଉପରେ ଯାଉଥିବା ସମୟରେ କ୍ଷୀର ବିକାଳୀକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତର ନାଁ ଜବାହାର।

ଜବାହାର ଘର ହରିୟାଣାର ପଲବଲଠାରେ। ଫରିଦାବାଦରୁ ମଦ ଆଣି ଦିଳ୍ଳୀରେ ଅଧିକ ଦାମରେ ବିକ୍ରି କରୁଥିଲା। ଜବାହାର ପ୍ରଥମେ କ୍ଷୀର ବିକ୍ରି କରୁଥିଲା। ମାତ୍ର ଟଙ୍କା ଲୋଭରେ ଧିରେ ଧିରେ ସେ କ୍ଷୀର ବଦଳରେ ମଦ ବିକ୍ରି କରିବା ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତକୁ ଏବେ ଗିରଫ କରିଛି।