ନୂଆଦିଲ୍ଲୀ,୨୭/୧୨; ଇଂରାଜୀ ନବବର୍ଷକୁ ଆଉ ମାତ୍ର ହାତଗଣତି ଦିନ । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଅପରାଧକୁ ରୋକିବା ପାଇଁ ବଡ ଅଭିଯାନ ଚଳାଇଛି ଦିଲ୍ଲୀ ପୁଲିସ୍ । ନୂଆବର୍ଷ ପୂର୍ବରୁ ଦିଲ୍ଲୀ ପୁଲିସ୍ ଖୋଜି ଖୋଜି ଅପରାଧୀଙ୍କୁ ଧରୁଛି । ଉତ୍ସବର ଭିଡରେ ଯେପରି କୌଣସି ବଡ ଧରଣର ଅପରାଧ ନ ଘଟୁ, ସେଥିପ୍ରତି ସଜାଗ ହୋଇଛି ଦିଲ୍ଲୀ ପୁଲିସ୍ । ଅପରେସନ୍ ଆଘାତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୮୫ରୁ ଅଧିକ ଅପରାଧିଙ୍କୁ ଗିରଫ କରିଛି । ୧୦୦୦ରୁ ଅଧିକ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି । ଏହା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି ।
Operation Aaghat 3.0 | Key Outcomes from the South-East District-
— ANI (@ANI) December 27, 2025
285 accused arrested under the Excise Act, NDPS Act & Gambling Act. 504 persons apprehended under preventive action. 116 Bad Characters (BCs) apprehended. 10 property offenders and five auto-lifters arrested.… pic.twitter.com/XVTHulCBPC
'ଅପରେସନ୍ ଆଘାତ'ରେ ବ୍ୟାପକ ଧରପଗଡ କରାଯାଉଛି । ଶତାଧିକ ଅପରାଧୀଙ୍କୁ ଗିରଫ କରାଯାଇଛି । ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ୍ । ଦକ୍ଷିଣ ପୂର୍ବ ଦିଲ୍ଲୀ ପୁଲିସ ଦ୍ୱାରା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଚଢାଉ ଏବଂ ଯାଞ୍ଚ ଜାରି ରହିଛି । ଏହି ଅଭିଯାନ ସମୟରେ ଅସ୍ତ୍ରଶସ୍ତ୍ର ଆଇନ, ଉତ୍ପାଦ ଆଇନ, ଏନଡିପିଏସ ଆଇନ ଏବଂ ଜୁଆ ଆଇନର ବିଭିନ୍ନ ଧାରା ଅନୁଯାୟୀ ୨୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୧୦୦୦ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି ।
କ'ଣ କ'ଣ ଜବତ- ଏହି ଅପରେସନ୍ରେ ୨୧ଟି ଦେଶୀ ପିସ୍ତଲ, ୨୦ଟି ଜୀବନ୍ତ କାର୍ଟୁସ୍ ଏବଂ ୨୭ଟି ଛୁରୀ ସମେତ ବହୁ ପରିମାଣର ଜବତ ହୋଇଛି । ବ୍ୟାପକ ମଦ ଜବତ ହୋଇଛି । ଚୋରି ହୋଇଥିବା ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି । ପୁଲିସ କହିଛି ଯେ, ଏହି ଅଭିଯାନ ସମୟରେ ୩୧୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ୨୩୧ଟି ଦୁଇ ଚକିଆ ଏବଂ ଗୋଟିଏ ୪ ଚକିଆ ଯାନ ଜବତ ହୋଇଛି ।
ଦିଲ୍ଲୀ ପୁଲିସ୍ ଅପରାଧିଙ୍କ ବିରୋଧରେ ସମୟ ସମୟରେ ଅପରେସନ୍ କରିଥାଏ । ଏହି ଅଧାରରେ ସଂଗଠିତ ଅପରାଧିଙ୍କୁ ଟାର୍ଗେଟ କରାଯାଇଥାଏ । ଏଥର ବି ଅପରେସନ୍ ଘାତର ୩.୦ରେ ସଂଗଠିତ ଅପରାଧିକଙ୍କୁ ଟାର୍ଗେଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।