PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ହନିଟ୍ରାପର ଶିକାର ବିଦେଶ ମନ୍ତ୍ରାଳୟର ଡ୍ରାଇଭର – ପାକିସ୍ତାନକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଆଜି ନୂଆ ଦିଲ୍ଲୀର ଜବାହର ଲାଲ ନେହରୁ ଭବନରୁ ଗିରଫ କରାଯାଇଛି । ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବାର ଅଭିଯୋଗ ହୋଇଥିଲା। ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇ ସୂଚନା ଓ  ତଥ୍ୟ ପଠାଉ ଥିଲେ। ରିପୋର୍ଟ ମୁତାବିକ , ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ଜଣକ ପୁନମ୍‌ ଶର୍ମା ବା ପୂଜା ନାମକ ମହିଳା । ଡ୍ରାଇଭରଙ୍କୁ ଗିରଫ କରିଥିବା ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚର ସୂତ୍ର କହିଛି କି ଡ୍ରାଇଭର ହନିଟ୍ରାପରେ ଫସି ଥିଲେ । ଡ୍ରାଇଭର କିଛି ଅର୍ଥ ଲୋଭରେ ସୂଚନା ଓ ତଥ୍ୟ ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ପଠାଉଥିଲେ।

ସୂତ୍ର ମୁତାବିକ , ବିଦେଶ ମନ୍ତ୍ରାଳୟରେ  ନିଯୁକ୍ତ ଅଭିଯୁକ୍ତ ଡ୍ରାଇଭରଙ୍କର ନାମ ଶ୍ରୀକୃଷ୍ଣ ବୋଲି କୁହାଯାଉଛି। ଦିଲ୍ଲୀ ପୁଲିସ ତାଙ୍କୁ ସୁରକ୍ଷା ଏଜେନ୍ସିର ସାହାଯ୍ୟରେ ପାକିସ୍ତାନର ଆଇଏସଆଇକୁ ସମ୍ୱେଦନଶୀଳ ସୂଚନା ସବୁ ଲିକ୍‌ କରିବା ଅଭିଯୋଗରେ ଧରିଛନ୍ତି। ପାକିସ୍ତାନୀ ଗୁଇନ୍ଦା ବିଦେଶ ମନ୍ତ୍ରାଳୟର ଡ୍ରାଇଭରଙ୍କୁ ଫସାଇବା ପାଇଁ ଫେକ୍‌ ଆଇଡି ଦେଖାଇ ଥିଲା ।

ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଶ୍ରୀକୃଷ୍ଣଙ୍କୁ ହନିଟ୍ରାପ୍‌ରେ ଫସାଇ ଥିଲା। ତାଙ୍କ ପାଖରୁ ଝିଅ ମାନଙ୍କର ଫଟୋ ଓ ଭିଡ଼ିଓ ଜବତ କରାଯାଇଛି । ପୁଲିସ ଓ ଗୁଇନ୍ଦା ଏଜେନ୍ସିମାନେ ଏହା ଜାଣିବାକୁ ଯାଞ୍ଚ ଆରମ୍ଭ କରିଛନ୍ତି କି ବିଦେଶ ମନ୍ତ୍ରାଳୟରେ କାମ କରୁଥିବା ଆହୁରି କର୍ମଚାରୀ ବି ଏହି ମାମଲାରେ ସାମିଲ ଅଛନ୍ତି ନା ନାହିଁ ।

ସମ୍ବନ୍ଧିତ ଖବର