PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ନିରଞ୍ଜନ ପଟ୍ଟନାୟକ ଓ ପୁଅଙ୍କୁ ଦିଲ୍ଲୀ ପୁଲିସର ସମନ

source:http://www.pragativadi.com

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି । ୩୨ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ନିରଞ୍ଜନ ଓ ନବଜ୍ୟୋତିଙ୍କ ନାମରେ ସମନ ଜାରି କରିଛି । ଆସନ୍ତାକାଲି (ଶୁକ୍ରବାର) ଦିଲ୍ଲୀ ଇଓଡବ୍ଲ୍ୟୁରେ ହାଜର ହେବା ପାଇଁ ସମନରେ ନିର୍ଦ୍ଦେଶ ରହିଛି ।
ଦିଲ୍ଲୀ ଇଓଡବ୍ଲ୍ୟୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୭-୦୮ ବର୍ଷରେ ଭବାସୀ ଟେଲିକମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ସହ କମଲଜିତ ସିଂହ ଆଲୁୱାଲିଆ ନାମକ ଜଣେ ବ୍ୟକ୍ତିଙ୍କର ୩୨ କୋଟି ଟଙ୍କାର ଡିଲ୍‌ ହୋଇଥିଲା । ଉକ୍ତ କମ୍ପାନୀରେ ନିରଞ୍ଜନ ଓ ନବଜ୍ୟୋତି ଅନ୍ୟତମ ନିର୍ଦ୍ଦେଶକ ଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଭବାସୀ ଟେଲିକମ୍‌ ସଂସ୍ଥା ପକ୍ଷରୁ ଶ୍ରୀ ଆଲୁୱାଲିଆଙ୍କୁ ଚେକ୍‌ ପ୍ରଦାନ କରାଯାଇଥିଲା । ଉକ୍ତ ଚେକ୍‌ ସବୁ ବାଉନ୍ସ ହୋଇ ଯାଇଥିଲା । ପରେ ନିରଞ୍ଜନ ଓ ନବଜ୍ୟୋତି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ଠକାମୀର ଶିକାର ହୋଇଥିବା କମଲଜିତ ସିଂହ ଆଲୁୱାଲିୟା ଏନେଇ ଦିଲ୍ଲୀ ସକେତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସକେତ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଠକେଇ ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା ଦିଲ୍ଲୀ ଇଓଡବ୍ଲ୍ୟୁ । ତଦନ୍ତ ବେଳେ କମ୍ପାନୀ ପକ୍ଷରୁ ଲିଖିତ ଭାବେ ଦିଆଯାଇଥିଲା କି ଏହି ୩୨ କୋଟି ଟଙ୍କାରୁ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ନିରଞ୍ଜନ ଓ ନବଜ୍ୟୋତି ୬ କୋଟି ଟଙ୍କା ହେର୍‌ଫେର୍‌ କରିଥିଲେ । ତେଣୁ ଏହି ୬ କୋଟି ଟଙ୍କା ଠକେଇରେ ସଂପୃକ୍ତିକୁ ନେଇ ନିରଞ୍ଜନ ଓ ନବଜ୍ୟୋତିଙ୍କୁ ପଚରାଉଚରା କରିବା ପାଇଁ ଦିଲ୍ଲୀ ଇଓଡବ୍ଲ୍ୟୁ ନୋଟିସ କରିଥିବା ଜଣାପଡ଼ିଛି ।
ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୋ ପାଖକୁ କୌଣସି ସମନ ଆସିନାହିଁ । ମୁଁ ବହୁ ପୂର୍ବରୁ ଭବାସୀ ଟେଲିକମ୍‌ ସଂସ୍ଥାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇସାରିଛି । ଯଦି ସେଭଳି ସମନ ପାଏ, ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଦିନ ଏହି କଥା ଉଠାଯିବା ପଛରେ ରାଜନୈତିକ ଚକ୍ରାନ୍ତ ହୋଇଛି ବୋଲି କୁହାଯାଉଛି ।