PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଦିଲ୍ଲୀରୁ ବାରାଣସୀ ୩,୫୨୦ ଟଙ୍କା

ନୂଆଦିଲ୍ଲୀ,୧୧ା୨(ଏଜେନ୍ସି): ବନ୍ଦେ ଭାରତ ଏକ୍ସପ୍ରେସ୍‌ ବା ଟ୍ରେନ୍‌ ୧୮ରେ ଦିଲ୍ଲୀରୁ ବାରାଣସୀ ଯାତ୍ରା ପାଇଁ ବାତାନୁକୂଳିତ (ଏସି) ଚେୟାର କାର୍‌ ଟିକେଟ୍‌ ମୂଲ୍ୟ ୧,୮୫୦ ଟଙ୍କା ପଡ଼ିବ । ସେହିଭଳି ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ ଟିକେଟ୍‌ ମୂଲ୍ୟ ୩,୫୨୦ ଟଙ୍କା ରହିବ । ଜଣେ ବରିଷ୍ଠ ରେଳ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି ।
ସେହିପରି ଟ୍ରେନ୍‌ ୧୮ରେ ବାରାଣସୀରୁ ଦିଲ୍ଲୀ ଫେରିବା ସମୟରେ ଏସି ଚେୟାର କାର୍‌ ଟିକେଟ୍‌ ମୂଲ୍ୟ ୧,୭୯୫ ଟଙ୍କା ଥିବା ବେଳେ ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ ଟିକେଟ୍‌ ମୂଲ୍ୟ ୩,୪୭୦ ଟଙ୍କା ରହିଛି ।
ରେଳ ଅଧିକାରୀଙ୍କ ସୂଚନା ମୁତାବକ, ଟ୍ରେନ୍‌ ୧୮ର ଚେୟାର କାର୍‌ ଭଡ଼ା ଦିଲ୍ଲୀ-ବାରାଣସୀ ଯାତ୍ରା କରୁଥିବା ଶତାବ୍ଦୀ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ତୁଳନାରେ ପ୍ରାୟ ଦେଢ଼ ଗୁଣା । ସେହିଭଳି ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ ଟିକେଟ୍‌ ମୂଲ୍ୟ ଶତାବ୍ଦୀର ପ୍ରଥମ ଶ୍ରେଣୀ ଏସି ଭଡ଼ା ତୁଳନାରେ ପ୍ରାୟ ୧.୪ ଗୁଣା ।
ସୂଚନା ଥାଉକି, ଫେବ୍ରୁଆରୀ ୧୫ରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ସେମି-ହାଇସ୍ପିଡ୍‌ ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ । ଏହି ଟ୍ରେନ୍‌ରେ ଚେୟାର କାର୍‌ ଓ ଏକ୍‌ଜିକ୍ୟୁଟିଭ୍‌ ଭଳି ୨ଟି ଶ୍ରେଣୀର ଟିକେଟ୍‌ ଉପଲବ୍ଧ । ଏହି ଟ୍ରେନ୍‌ର ଚେୟାର କାର୍‌ରେ ନୂଆଦିଲ୍ଲୀରୁ ବାରାଣସୀ ଯାତ୍ରା କରୁଥିବା ରେଳଯାତ୍ରୀଙ୍କୁ ସକାଳ ଚା’, ଜଳଖିଆ ଓ ମଧ୍ୟାହ୍ନ ଭୋଜନ ପାଇଁ ୩୯୯ ଟଙ୍କା ଦେବାକୁ ପଡ଼ିବ । ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ ପାଇଁ ଏହି ଖାଦ୍ୟପେୟ ପାଇଁ ୩୪୪ ଟଙ୍କା ଗଣିବାକୁ ହେବ ।

ସମ୍ବନ୍ଧିତ ଖବର