PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଦିଲ୍ଲୀରେ ଟ୍ରିପଲ ମର୍ଡର,ବୃଦ୍ଧ ଦମ୍ପତ୍ତି ଓ ଚାକରାଣୀର ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ୩ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବୃଦ୍ଧ ଦମ୍ପତ୍ତି ଏବଂ ତାଙ୍କର ଜଣେ ଚାକରାଣୀ। ଏହି ସମସ୍ତଙ୍କ ଗଳାକାଟି ହତ୍ୟା କରାଯାଇଛି। ହତ୍ୟା ଘଟଣା ସମ୍ପର୍କରେ ରବିବାର ସକାଳେ ସୂଚନା ମିଳିଛି ଏହାପରେ ଦିଲ୍ଲୀ ପୋଲିସ ନିଜର ଅନୁସନ୍ଧାନ ଆରମ୍ଭ କରିଦେଇଛି।

ଘଟଣା ସମ୍ପର୍କରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି ଦେବେନ୍ଦ୍ର ଆର୍ଯ୍ୟା କହିଛନ୍ତି ସକାଳ ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ଏହି ଘଟଣା ନେଇ ଫୋନ୍ କଲ୍ ଆସିଥିଲା। ଘଟଣାସ୍ଥଳରେ ଯେତେବେଳେ ପୋଲିସ ପହଁଞ୍ଚିଥିଲା ଘର ଭିତରୁ ୩ଜଣଙ୍କ ମୃତଦେହ ମିଳିଥିଲା। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଲାଗୁଛି ଘର ଭିତରକୁ କେହି ପରିଚିତ ଲୋକ ଆସିଥାଇ ପାରନ୍ତି। ଲୁଟପାଟ୍ ଓ ହତ୍ୟା କରିବାର ଯୋଜନା ଥିଲା କି ନାହିଁ ତାହା ଜଣାପଡିନାହିଁ। ଲାଗୁଛି ଚାକରାଣୀଙ୍କ କେହି ପରିଚିତ ଲୋକ ଘରକୁ ଆସିଥିଲେ। ଏହି ଦିଗରେ ଏବେ ତଦନ୍ତ ଚାଲିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।

ମୃତକଙ୍କ ଝିଅ ଏବଂ ଜ୍ବାଇଁ ଦିଲ୍ଲୀରେ ରହୁଛନ୍ତି। ଘରେ କିଛି ଜିନିଷ ପଡି ରହିଥିବାର ଦେଖିବାକୁ ମିଳିଛି। ଯାହାର ଯାଞ୍ଚ ଚାଲିଛି। କେୟାର ଟେକର ମହିଳା ଜଣଙ୍କୁ ଦେଖାଶୁଣା କରିବାକୁ ରଖାଯାଇଥିଲା। ବୃଦ୍ଧ ଦମ୍ପତ୍ତି ଚାକିରିରୁ ରିଟାୟର ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର