ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀ ମହିଳାଙ୍କୁ ପ୍ରତ୍ୟକ ମାସରେ ମିଳିବ ୨୫ ଶହ ଟଙ୍କା, ମାର୍ଚ୍ଚ ୮ ରୁ ହେବ ପଞ୍ଜିକରଣ...

Published By : Ladu Kishor | March 2, 2025 7:07 PM

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ କରିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ବିଜେପି ମହିଳା ସମ୍ମାନ ଯୋଜନା ଘୋଷଣା କରିଥିଲା ଏବଂ କହିଥିଲା ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ମହିଳାଙ୍କୁ ପ୍ରତି ମାସରେ ୨୫ଶହ ଟଙ୍କା ଦେବ। ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ, ଆଜି ମହିଳା ସମ୍ମାନ ଯୋଜନାର ପଞ୍ଜିକରଣ ତାରିଖ ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ, ଏହି ଯୋଜନା ପାଇଁ ପଞ୍ଜୀକରଣ ମାର୍ଚ୍ଚ ୮ ରୁ ଆରମ୍ଭ ହେବ। ବିଜେପି ନେତା ମନୋଜ ତିୱାରୀ ରବିବାର ଏହି ଘୋଷଣା କରିଛନ୍ତି।

ଏବେ ଆସନ୍ତୁ ଜାଣିବା ଯୋଜନା କେବେ ଆରମ୍ଭ ହେବ?

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦିଲ୍ଲୀରେ ମହିଳା ସମ୍ମାନ ଯୋଜନା ଆରମ୍ଭ କରାଯାଇପାରିବ। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଯୋଜନା ମହିଳା ଦିବସ ଅର୍ଥାତ୍ ୮ ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଏବଂ ଏହି ଦିନ ଠାରୁ ମହିଳାଙ୍କ ଆକାଉଣ୍ଟକୁ ୨୫ ଶହ ଟଙ୍କା ପଠାଯିବ। ଏହା ମଧ୍ୟ କୁହାଯାଉଛି ଯେ ଦିଲ୍ଲୀ ସରକାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏହି ଯୋଜନା ଆରମ୍ଭ କରିବେ । 

 ଏବେ ଆସନ୍ତୁ ଜାଣିବା ଯୋଜନାର ଲାଭ କାହାକୁ ମିଳିବ ନାହିଁ...

ସରକାରୀ ଚାକିରି କରୁଥିବା ମହିଳା ମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ। ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ମହିଳା ମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ଦିଆଯିବ ନାହିଁ।ପେନସନ ସୁବିଧା ପାଉଥିବା ମହିଳାମାନେ ମଧ୍ୟ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇପାରନ୍ତି।

ଏବେ ଆସନ୍ତୁ ଜାଣିବା ଯୋଜନାର ଲାଭ କାହାକୁ ମିଳିବ...

ଏହି ଯୋଜନାର ଲାଭ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମହିଳାଙ୍କୁ ଦିଆଯିବ। ଏହି ଯୋଜନା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ମହିଳାଙ୍କ ପାଇଁ। ଏହି ୨୫୦୦ ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.