ଖୁବ୍ଶୀଘ୍ର ବଡ଼ ପରଦାକୁ ଆସୁଛି ‘ଡେଲିଭରି ବୟ’, ଘରେ ଘରେ ଡେଲିଭରି କରୁଥିବାର ନଜର ଆସିବେ ଶୈଳେନ୍ଦ୍ର

ଭୁବନେଶ୍ୱର ୨୨/୦୩: ଏପ୍ରିଲ ୭ରେ ପ୍ରେକ୍ଷାଳୟକୁ ଆସୁଛି ‘ଡେଲିଭରି ବୟ’ । ଇନ୍ଫିସନ ଏଣ୍ଟରଟେନମେଣ୍ଟ ନିବେଦିତ, ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଚଳଚ୍ଚିତ୍ର ଜଣେ ଡେଲିଭରୀ ବୟର ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି । ସାଧାରଣତଃ ଲୋକେ ଅନ୍ଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଞ୍ଚାଇବା ଡେଲିଭରୀ ଭୟର କର୍ତ୍ତବ୍ୟ । କିନ୍ତୁ ବେଳେବେଳେ ଏହା ସମ୍ଭବ ହୋଇପାରେ ନାହିଁ ବିଭିନ୍ନ କାରଣରୁ । ବେଳେବେଳେ ଲୋକଙ୍କ ନିକଟରେ ସଠିକ ସମୟରେ ଜିନିଷ ପହଞ୍ଚାଇବା ପାଇଁ ଜୀବନକୁ ବାଜିରେ ଲଗାଇଦିଏ ଡେଲିଭରୀ ବୟ । କିନ୍ତୁ ନିଜ ଭିତରର ଯନ୍ତ୍ରଣା ସମ୍ପର୍କରେ ସେ କାହାକୁ କହିପାରେ, ନା ତା’ କଥା ଶୁଣିବା ପାଇଁ କାହାର ଆଗ୍ରହ ଥାଏ ।
ପ୍ରଯୋଜକ ଜେ .ଆର.ଏମ୍ କାହାଣୀ ପରିକଳ୍ପନା କରିଥିବାବେଳେ ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ସୂର୍ଯ୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି ‘ଡେଲିଭରୀ ବୟ’ରେ । ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି । ଫିଲ୍ମଟିକୁ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ।