ସାଲେପୁର, ୦୮/୦୯: ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ । ୩ଟି ନିର୍ବାଚନ ମଣ୍ଡଳୀର ଲୋକେ ସ୍ବାସ୍ଥ୍ୟସେବା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ।ହେଲେ ଦୀର୍ଘ ଦିନ ହେଲା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ଏଠାରେ ରୋଗୀ ଏବଂ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି ।

ଏନେଇ ସ୍ଥାନୀୟ ଜଣସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଧାରଣା ଦେଇଛନ୍ତି । ଆବଶ୍ୟକୀୟ ଡାକ୍ତର ଦାବିରେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ତେତୃତ୍ବରେ ସତାଧିକ ଜଣସାଧାରଣ ସାଲେପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ଦାବିପୂରଣ ହୋଇନି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।