ଦେଓରିଆ ସେକ୍ସ ରାକେଟ୍ ପର୍ଦଫାଶ: ଗିରଫ ବେଳେ ଯୁବତୀ କହିଲେ ୨ ଦିନ ପରେ ରହିଛି ବାହାଘର ଛାଡିଦିଅନ୍ତୁ

ଲକ୍ଷ୍ନୌ,୧୮।୬: ଉତ୍ତରପ୍ରଦେଶର ଦେଓରିଆ ଷ୍ଟେସନ ରୋଡରେ ୩ଟି ହୋଟେଲରେ ଚାଲିଥିବା ସେକ୍ସ ରାକେଟ୍କୁ ପର୍ଦଫାଶ କରିଛି ପୋଲିସ। ସୋମବାର ଚଢାଉ କରି ପୋଲିସ ୨୯ ଜଣ ମହିଳା ଓ ୨୭ ଜଣ ପୁରୁଷଙ୍କୁ ଗିରଫ କରିଛି। ପରିବାର ଲୋକଙ୍କୁ କିଛି ନକହି ହୋଟେଲରେ ପହଁଞ୍ଚିଥିବା ଏହି ଯୁବକ-ଯୁବତୀମାନଙ୍କୁ ଯେତେବେଳେ ପୋଲିସ ଗିରଫ କରିଥିଲା ସେତେବେଳେ ସେମାନେ ଖୁବ୍ କାନ୍ଦିବା ସହ ହାତ-ଗୋଡ ଏବଂ ପାଦ ଛୁଇଁ ଭୁଲ ମାଗିଥିଲେ। ବାରମ୍ବାର କହିବାରେ ଲାଗିଥିଲେ ସାହେବ ଆମଦ୍ବାରା ଭୁଲ ହୋଇଯାଇଛି, ଆମକୁ ଯିବାକୁ ଦିଅନ୍ତୁ। ପ୍ରଥମ ଥର ଏହି ହୋଟେଲକୁ ଆସିଲୁ। ଘର ଲୋକ ଜାଣିଲେ ତାଙ୍କର ଖୁବ ବଦନାମୀ ହେବ ବୋଲି କହିଥିଲେ।ପୋଲିସ କିନ୍ତୁ ସବୁ କଥାକୁ ନଶୁଣି କଡା ଆଭିମୁଖ୍ୟ ଗ୍ରହଣ କରି ଗାଡିାରେ ବସାଇ କୋତଓ୍ବାଲି ଓ ମହିଳାଙ୍କୁ ଥାନାକୁ ନେଇଯାଇଥିଲା।
ଷ୍ଟେସନ ରୋଡର ଅଧିକାଂଶ ହୋଟେଲରେ ଏଭଳି ଦେହବେପାର ଚାଲିଥାଏ ବୋଲି ବହୁଦିନରୁ ଅଭିଯୋଗ ହେଉଛି। ପୂର୍ବରୁ ବହୁବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଫଳରେ କିଚି ଦିନ ଏସବୁ ବନ୍ଦ ରହିଥିଲା। ଏହି ହୋଟେଲରେ ଯୁବକ-ଯୁବତୀଙ୍କ ଠାରୁ ପରିଚୟ ପତ୍ର କିମ୍ବା ଅନ୍ୟ କୌଣସି ପ୍ରଚାର ପଚରା ଉଚରା କରାଯାଇନଥାଏ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୋଲିସ ଗମ୍ଭୀରତାର ସହ ଏହାକୁ ନେଇ ସେଠାରେ ଥିବା ୩ ଟି ହୋଟେଲରେ ଚଢାଉ କରିଥିଲା।
ଏହି ସମୟରେ ଜଣେ ଯୁବତୀ କହିଥିଲା, ୨ ଦିନ ପରେ ମୋର ବାହାଘର ହେବାର ଅଛି। ବାହାଘର ପୂର୍ବରୁ ସେ ତାଙ୍କ ପ୍ରେମିକଙ୍କୁ ଦେଖା କରିବାର ପ୍ରତିଶୃତି ଦେଇଥିଲେ, ସେଥିପାଇଁ ଦେଖା କରିବାକୁ ଆସିଥିଲି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରେନରେ ବିହାରରୁ କିଛି ଯୁବତୀ ଆସିଥାନ୍ତି। ସ୍କୁଲ ଡ୍ରେସ ଓ ବ୍ୟାଗ୍ ନେଇ ସେମାନେ ସ୍କୁଲ ଯିବାର ବାହାନା କରି ହୋଟେଲ ପଳାଇ ଆସୁଛନ୍ତି। ଦିନ ସାରା ରହିବା ପରେ ସନ୍ଧ୍ୟାରେ ଘରକୁ ଯାଉଛନ୍ତି। ଅଧିକାଂଶ ଝିଅମାନଙ୍କ ବୟସ କମ୍ ରହିଛି। ଏହି ମାମଲାରେ ହୋଟେଲର ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହାସହ ନାବାଳିଆ ଝିଅଙ୍କ ପରିବାର ଲୋକଙ୍କୁ ଏହାର ସୂଚନା ଦିଆଯାଇଛି।