PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରେମିକା ମୁହଁମୋଡି ଦେବାରୁ ଡିପ୍ରେସନରେ ଥିଲେ ଡାକ୍ତର ବାବୁ, ଗାଡି ଭିତରେ ରହି ମର୍ସିଡିଜ୍‌ କାରରେ ଲଗାଇଦେଲେ ନିଆଁ…

ନୂଆଦିଲ୍ଲୀ: ପ୍ରେମିକା ମୁହଁମୋଡି ଦେବାରୁ ଚିନ୍ତାରେ ଥିଲେ ଯୁବ ଡାକ୍ତର । ପ୍ରେମିକାର ପ୍ରତାରଣାକୁ ସହଜରେ ଗ୍ରହଣ କରିପାରୁନଥିଲେ ଡାକ୍ତର ବାବୁ । ପ୍ରତିଟି ମିନିଟ୍ ତାଙ୍କ ପାଇଁ ସମୟ କାଟିବା ହେଉଥିଲା ଅତ୍ୟନ୍ତ କଷ୍ଟକର । ଉଦାସିନତାରୁ ମୁକ୍ତି ପାଇବା ପାଇଁ ଚିକିତ୍ସା ମଧ୍ୟ ହେଉଥିଲେ । ହେଲେ ଏଥିରୁ କୌଣସି ଉପସମ ତାଙ୍କୁ ମିଳୁନଥିଲା । ଆଉ ଏହାରି ଭିତରେ ମୃତ୍ୟୁର ବାଟକୁ ଚାହିଁ ବସୁଥିଲେ । ଗୁରୁବାର ଦିନ ତାମିଲନାଡୁର କାଞ୍ଚିପୁରାମ ଜିଲ୍ଲାର ଜଣେ ୨୯ ବର୍ଷୀୟ ଡାକ୍ତର ତାଙ୍କର ବିଫଳ ସମ୍ପର୍କକୁ ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ତାଙ୍କ ମର୍ସିଡିଜ୍ କାର ଭିତରେ ବସି  ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଅନୁସନ୍ଧାନକାରୀ କହିଛନ୍ତି ଯେ କିଛି ବର୍ଷ ପୂର୍ବେ କାଞ୍ଚିପୁରାମର ଏକ ଘରୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ତାଙ୍କ ପ୍ରେମିକାଙ୍କ ସହ ସମ୍ପର୍କ ଶେଷ ହେବା ପରଠାରୁ ଚାପଗ୍ରସ୍ତ ଅବସ୍ତାରେ ରହୁଥିଲେ । ଯଦିଓ ଡାକ୍ତର ତାଙ୍କ ଅବସାଦକୁ ହାଲ୍‌କା କରିବା ପାଇଁ ନିଜକୁ ଚିକିତ୍ସା କରାଉଥିଲେ, ହେଲେ ଏଥୁରୁ ତାଙ୍କୁ କୌଣସି ଆଶ୍ବସ୍ତି ମିଳୁନଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ପୋଲିସ ସନ୍ଦେହ କରୁଛି ଯେ ଡାକ୍ତର ଗାଡିରେ ନିଆଁ ଲଗାଇବା ପରେ ଭିତରେ ବସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ସେ ଏଥିପାଇଁ ଏକ ପୋଖରୀ ନିକଟରେ ଥିବା ସ୍ଥାନକୁ ବାଛିଥିଲେ, ଯେଉଁଠାରେ ସେ ତାଙ୍କ ପ୍ରେମିକାଙ୍କ ସହ ସମୟ ବିତାଉଥିଲେ । ସେ ଜଳୁଥିବା କାରରୁ କିଛି ସମୟ ବାହାରକୁ ଆସି ନଥିଲେ । ହେଲେ ଅଣନିଶ୍ବାସୀ ହେବାରୁ ବାହାରକୁ ଚାଲି ଆସିଥିଲେ । ଚାହୁଁ ଚାହୁଁ ଗାଡିଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରବାବୁଙ୍କୁ ଉଦ୍ଧାର କରିଛି ।

ସମ୍ବନ୍ଧିତ ଖବର