ମାଲକାନଗିରି : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାଲକାନଗିରି ଗସ୍ତ। ଆଜି ସକାଳେ ବଣ୍ଡା ଘାଟି ପରିଦର୍ଶନ କରି ଉପମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ସଦର ମୁକୁମା ଠାରେ ପହଞ୍ଚି ଥିଲେ। ସୂଚନା ଆଧାରରେ, ସତୀଗୁଡ଼ା ଇକୋ ପାର୍କ ଗସ୍ତ କରି ସେଠାର ବିକାଶ ଓ ପର୍ଯ୍ୟଟନ ସ୍ଥଳୀ ପ୍ରତି ଗୁରୁତ୍ଵ ଦେଇଥିଲେ। ରାତ୍ରରେ ଜିଲ୍ଲା ପରିଷଦ ସଭାଗୃହରେ ମହିଳା ଶିଶୁ କଲ୍ୟାଣ, ସୁଭଦ୍ରା ଯୋଜନା, ମିଶନ ଶକ୍ତି ଓ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସହ ସମୀକ୍ଷା ବୈଠକ କରିଥିଲେ।

ଉପ-ମୁଖ୍ୟମନ୍ତ୍ରୀ ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ସହକାରୀ ଏସପି ତପନ ନାରାୟଣ ରଥ,ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲାପରିଷଦ ଉନ୍ନୟନ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ପ୍ରମୁଖ ମଞ୍ଚାସିନ ଥିଲେ।