ନୂଆଦିଲ୍ଲୀ,୧୫/୦୯: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଧଉଲା କୁଆଁ ଅଞ୍ଚଳ ରିଙ୍ଗ୍‌ ରୋଡ୍‌ରେ ଅର୍ଥ ମନ୍ତ୍ରଣାଳୟର ଡେରୁଟି ଡାଇରେକ୍ଟର ନବଜ୍ୟୋତ୍‌ ସିଂଙ୍କୁ ବିଏମ୍‌ଡବ୍ଲୁ କାର୍ ଧକ୍କା ଦେଇଛି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପତ୍ନୀଙ୍କ ସହ ଯାଉଥିବା ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଲା ବିଏମ୍‌ଡବ୍ଲୁ । ଗୁରୁତର ଅବସ୍ଥାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ବିଏମ୍‌ଡ୍ଲୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ନବଜ୍ୟୋତ୍‌ ସିଂଙ୍କ ବାଇକ୍‌କୁ ଏକ ଦ୍ରୁତଗାମୀ BMW ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ବହୁତ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ନବଜ୍ୟୋତ୍‌ ସିଂଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ​​ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ । ତାଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଚିକିତ୍ସା ଚାଲିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପରିବର୍ତ୍ତେ ପ୍ରାୟ ୧୭ କିଲୋମିଟର ଦୂରରେ ଥିବା ଜିଟିବି ନଗରର ନ୍ୟୁ ଲାଇଫ୍ ହସ୍ପିଟାଲକୁ ନିଆଯାଇଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା  କାରକୁ ଜବତ କରିଛି । ବର୍ତ୍ତମାନ କାର୍‌ଟି କିଏ ଚଲାଉଥିଲା ତାଙ୍କୁ ଖୋଜାଖୋଜି ଜାରି ରଖିଛି ।

ପୁଲିସ କହିଛି ଯେ, ପିସିଆର ୩କଲ୍ ପାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଧଉଲା କୁଆଁରୁ ଦିଲ୍ଲୀ କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାରେ ବିରାଟ ଜାମ୍ ଅଛି । ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ସେଠାରେ ଏକ  କାର ପଡ଼ିଛି । ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସକୁ କହିଛନ୍ତି ଯେ, ଜଣେ ମହିଳା କାର ଚଳାଉଥିଲେ ।

ନବଜ୍ୟୋତ ସିଂ କିଏ ? ଦୁର୍ଘଟଣାରେ ମୃତ ନବଜ୍ୟୋତ ସିଂ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ । ସେ ହରି ନଗର ବାସିନ୍ଦା । ତାଙ୍କ ପତ୍ନୀ ମଧ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସ୍ୱାମୀ-ସ୍ତ୍ରୀ ଉଭୟ ଏକ ମୋଟରସାଇକେଲରେ ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥିଲା ।