ଆଫଗାନିସ୍ତାନରେ ପ୍ରତିଦିନ ଜଣେ କିମ୍ବା ଦୁଇଜଣ ମହିଳା ଆତ୍ମହତ୍ୟା କରୁଛନ୍ତି : ପୂର୍ବତନ ଉପବାଚସ୍ପତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପ୍ରତିଦିନ ଜଣେ କିମ୍ବା ଦୁଇଜଣ ମହିଳା ଆତ୍ମହତ୍ୟା କରୁଛନ୍ତି । ଆଫଗାନିସ୍ତାନ ସଂସଦର ପୂର୍ବତନ ଉପ ବାଚସ୍ପତି ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ ଅବସରର ଅଭାବ ଏବଂ ଅସୁସ୍ଥ ମାନସିକ ସ୍ବାସ୍ଥ୍ୟ ମହିଳାଙ୍କ ଉପରେ ପ୍ରଭାବ ପକାଉଛି । ଏହି ରହସ୍ୟର ଖୁଲାସା ଜେନେଭାରେ ମାନବ ଅଧିକାର ପରିଷଦ (HRC) ରେ ମହିଳା ଅଧିକାର ପ୍ରସଙ୍ଗରେ ଏକ ବିତର୍କ ସମୟରେ ହୋଇଛି ।
ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାରର ସ୍ଥିତି ଉପରେ ଆଲୋଚନା କରିବାକୁ ଏହି ବୈଠକ କରିଥିଲା । ଏହି ବୈଠକ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆଫଗାନିସ୍ତାନ ମହିଳାମାନେ ଦଶନ୍ଧି ମଧ୍ୟରେ ସେମାନଙ୍କର ଅଧିକାରର ସବୁଠୁ ବଡ ପରିବର୍ତ୍ତନ କରୁଛନ୍ତି ।ଆଫଗାନିସ୍ତାନ ସଂସଦର ପୂର୍ବତନ ଉପବାଚସ୍ପତି ଫୋଜିଆ କୁଫି କହିଛନ୍ତି ଯେ, ପ୍ରତିଦିନ ଅତି କମରେ ଜଣେ କିମ୍ବା ଦୁଇଜଣ ମହିଳା ଆତ୍ମହତ୍ୟା କରନ୍ତି । ମହିଳା ମାନେ ଅବସରର ଅଭାବ ଏବଂ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟାର ପନ୍ଥା ଆପଣେଉଛନ୍ତି । କେବଳ ଆର୍ଥିକ ଚାପ ଯୋଗୁଁ ନଅ ବର୍ଷରୁ କମ୍ ବାଳିକାମାନଙ୍କୁ ଏଠାରେ ବିକ୍ରୟ କରାଯାଉଛି । ଏଭଳି ସ୍ଥିତିରେ ସେମାନଙ୍କ ପାଇଁ କୌଣସି ଆଶା ବାକି ନାହିଁ ।
ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବାଚଲେଟ୍ ଆଫଗାନିସ୍ତାନ ମହିଳାମାନଙ୍କର ଅଧିକ ବେରୋଜଗାରୀ, ସେମାନଙ୍କର ପୋଷାକ ଉପରେ ପ୍ରତିବନ୍ଧକ ଏବଂ ମୌଳିକ ସେବା ଉପରେ ପ୍ରତିବନ୍ଧକକୁ ନିନ୍ଦା କରିଛନ୍ତି । ତେବେ ଏହି ପରିସ୍ଥିତି ଅଗଷ୍ଟ ୨୦୨୧ ଠାର ଆରମ୍ଭ ହୋଇଛି । ତାଲିବାନ କ୍ଷମତାକୁ ଆସିବା ପରେ ମହିଳା ମାଲିକାନା ବ୍ୟବସାୟ ବନ୍ଦ ହୋଇଯାଇଥିଲା । ବାଚଲେଟ କହିଛନ୍ତି ଯେ ୧.୨ ମିଲିୟନ୍ ଝିଅ ଆଉ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି ।